କାର ବାଇକ ମୁହାଁମୁହିଁ ଧକ୍କା, ଶିଶୁ ସମେତ ବୃଦ୍ଧ ମୃତ, ପୁଲିସ ର ତଦନ୍ତ ଜାରି।

Mar 26, 2025 - 23:33
 0  5
କାର ବାଇକ ମୁହାଁମୁହିଁ ଧକ୍କା, ଶିଶୁ ସମେତ ବୃଦ୍ଧ ମୃତ, ପୁଲିସ ର ତଦନ୍ତ ଜାରି।

ଧର୍ମଗଡ଼:୨୬/୦୩(ଲୋକ ଆବାଜ ଇନ,ସନତ କୁମାର ପ୍ରଧାନୀ ଙ୍କ ରିପୋର୍ଟ)

ଝିଅ ଦେଖିବା ପାଇଁ ଯାଇ ଫେରିବା ବେଳେ ଦୁର୍ଘଟଣା।କେନାଲ ପାଣିରେ ଚାପି ହୋଇ ଶିଶୁ ସହ ବୃଦ୍ଧ ଦୁଇ ମୃତ ଆଉ ୩ ଜଣ ଗୁରୁତର ହୋଇଛନ୍ତି । ଘଟଣାରେ ରେଙ୍ଗାଲପାଳି ଗାଁ ର ଲାଲଧର ରାଉତ( ୮୨) ଓ ୫ ବର୍ଷର ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି ।ସୂଚନା ଅନୁଯାୟୀ ଜୟପାଟଣା ବ୍ଲକ ରେଙ୍ଗାପାଲି ଗାଁର ବଲଦେବ ରାଉତଙ୍କ ପରିବାରର ୧୧ ଜଣ ସଦସ୍ୟ କଲମପୁର ବ୍ଲକର ନୂଆଗାଁକୁ ଏକ କାର ଯୋଗେ ଝିଅ ଦେଖିବା ପାଇଁ ଯାଇଥିଲେ । ହେଲେ ଫେରିବା ବେଳେ କେନାଲ ରାସ୍ତାରେ ଏକ ବାଇକ ସହ ମୁହାଁମୁହିଁ ହେବା ପରେ ଗାଡି ଭାରସାମ୍ୟ ହରାଇ ଠେଲକୋମୁଣ୍ଡା ଦେଇ ଯାଇଥିବା ବାମ କେନାଲ ଭିତରେ ପଡିଯାଇଥିଲା । ଦୁର୍ଘଟଣା ପରେ ଅଞ୍ଚଳବାସୀ ପରିବାର ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ପରେ ଜୟପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ନିଖୋଜ ଥିବା ଶିଶୁକୁ ଉଦ୍ଧାର କରିଥିଲା।ଉଦ୍ଧାର ପରେ ଶିଶୁ ର ମୃତ୍ୟୁ ହୋଇସାରିଥିଲା । ତେବେ ଆହତ ମାନଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି

What's Your Reaction?

like

dislike

love

funny

angry

sad

wow