କୁଲତାଜୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଶୌଚାଳୟ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାମାଳ : ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଲତାଜୁର ପଂଚାୟତ ଅନ୍ତର୍ଗତ କୁଲତାଜୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଶ୍ୱଶୌଚାଳୟ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟ କ୍ରମ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଙ୍ଘ (କବ୍ଜା) ର ଉପସଭାପତି ପ୍ରଭାତ କୁମାର ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମ ରେ ଇଆରପି ତଥା ମାଷ୍ଟର ଟ୍ରେନର ରଞ୍ଜନ କୁମାର ପlତ୍ର, ପୂର୍ଣ୍ଣ ଚରଣ ସାହୁ, କଣ୍ଟାମାଳ ବ୍ଲକ ସାମ୍ବାଦିକ ସଙ୍ଘ( କବ୍ଜା )ର ସହସମ୍ପାଦକ ବଂଶୀଧର ମାଝୀ, ବିଦ୍ୟାଳୟରପ୍ରଧାନ ଶିକ୍ଷକ ପୁରୁଷୋତମ ଭୋଇ,ଯୋଗ ଦେଇ ବିଶ୍ୱ ଶୌଚାଳୟ ଦିବସ, ହାତଧୁଆ, ପାଇଖାନା ବ୍ୟବହାର, ସ୍ୱଛତା ଉପରେ ଛାତ୍ର, ଛାତ୍ରୀ ମାନଙ୍କୁ ସଚେତନ କରିଥିଲେl ପରେ ଛାତ୍ର, ଛାତ୍ରୀ ମାନଂକୁ ନେଇ ସ୍ୱଛତା ରାଲି ଓ ସ୍ୱଛତା ଶପଥ ପାଠ କରାଯାଇଥିଲା l
ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ବିପିନ ସାହୁ, ବୀରେନ୍ଦ୍ର ରଣା, ପ୍ରଭାତ ରଞ୍ଜନ ଶତପଥି, ବରୁଣ ପୁଟେଲ ସହଯୋଗ କରିଥିଲେ l
What's Your Reaction?






