କୃଷି ସମବାୟ ସମିତି ବୋଡ଼େନରେ ଧାନ ମଣ୍ଡି ଉଦଘାଟନ

Dec 13, 2025 - 20:43
 0  14
କୃଷି ସମବାୟ ସମିତି ବୋଡ଼େନରେ ଧାନ ମଣ୍ଡି ଉଦଘାଟନ

ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)

ନୂଆପଡ଼ା ଜିଲ୍ଲା ବୋଡ଼େନ କୃଷି ସମବାୟ ସମିତି ରେ ଆଜି ତହସିଲଦାର ସରିତା ଗୁପ୍ତା ଧାନମଣ୍ଡିର ଶୁଭ ଉଦଘାଟନ କରିଛନ୍ତି ।ତାପରେ ଓଜନ ମେସିନ ଗୁଡ଼ିକୁ ପରୀକ୍ଷା କରିଦେଖିଲେ ଓ ତ୍ରୁଟି ପୂର୍ଣ୍ଣ ମେସିନ ଗୁଡ଼ିକୁ ଠିକ୍ କରାଯାଇଥିଲା ।ବ୍ଲକ ଯୋଗାଣ ନିରୀକ୍ଷକ ଆଲୋକ ପାତ୍ର ପହଞ୍ଚି ଚାଷୀଙ୍କ ସହିତ ଧାନର ମାନ ଓ ବିକ୍ରୟ ଉପରେ ଆଲୋଚନା କରି କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ପରେ କୃଷି ସମବାୟ ସମିତି ସଭାପତି ବିପିନ ଧରୁଆଙ୍କ ସଭାପତିତ୍ବରେ ଚାଷୀମାନଙ୍କୁ ନେଇ ଆୟୋଜିତ ସଭାରେ ମୁଖଅତିଥି ଭାବେ ସମାଜ ସେବୀ ଅତିନ୍ଦ୍ରଜିତ ସିଂ ମଲ୍ଲିକ,ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଟିକେଶ୍ୱର ନାଗ ଉପସ୍ଥିତ ହୋଇଥିଲେ।ସମିତି ସମ୍ପାଦକ ପ୍ରଜ୍ରେଶ କୁମାର ହଂସ ମଞ୍ଚ ପରିଚାଳନା କରିଥିଲେ। ତଦାରଖ କମିଟି ଭାବେ ନିଲାମ୍ବର ମେହେର, ରାଜ କିଶୋର ହେର୍ଣ୍ଣା ,ପୁସ୍ତମ୍ ନାଗ , ଅରୁଣ ମାଝୀ,ଦିବାକର ମାଝୀ,ଧନୁର୍ଦ୍ଧର ବାଗ ପ୍ରୁମୁଖ ଉପସ୍ଥିତ ଥିଲେ।ଡାଟା ଅପରେଟର ଯୋତିବଲ୍ଲଭ ବାଗ , ଆର ଏମ ସି କର୍ମଚାରୀ ଅକ୍ଷୟ ନିଆଲ , ମିଲର୍ସ ସୋନୁ ଅଗ୍ରୱାଲ ଉପସ୍ଥିତ ରହିଥିଲେ। ବହୁ ସଂଖ୍ୟାରେ ଚାଷୀ ମାନେ ଉପସ୍ଥିତ ଥିଲେ।ଆସନ୍ତା କାଲି ଠାରୁ ଧାନ ମଣ୍ଡି ଚାଲିବ ବୋଲି ଆଲୋଚନା ହୋଇଥିଲା । ମଣ୍ଡିରେ ଲୋକ ମାନଙ୍କ ପାଇଁ ପିଇବା ପାଣି ଠାରୁ ଶୌଚାଳୟ ବ୍ୟବସ୍ଥା କରାଯାଇଛି । ଖୋଲା ଧାନ ବସ୍ତା ମିଲର୍ସ ଯୋଗାଇ ଦେବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି।

What's Your Reaction?

like

dislike

love

funny

angry

sad

wow