ଖ୍ରୀଷ୍ଟୀୟ ଉଦଯୋଗ ସମିତି ତରଫରୁ ସର୍କଲ କ୍ରିକେଟ ଟୁର୍ଣ୍ଣlମେଣ୍ଟ , ଡେଙ୍ଗ ଟିମ ଚମ୍ପିୟାନ ବିବେଚିତ :

ଖ୍ରୀଷ୍ଟୀୟ ଉଦଯୋଗ ସମିତି ତରଫରୁ ସର୍କଲ କ୍ରିକେଟ ଟୁର୍ଣ୍ଣlମେଣ୍ଟ , ଡେଙ୍ଗ ଟିମ ଚମ୍ପିୟାନ ବିବେଚିତ
ସଇଁତଲା: ଲୋକ୍ ଆଵାଜ୍.ଇନ୍( ପ୍ରମୋଦ କୁମାର ସେଲମା)
ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ସ୍ଥିତ ଡେଙ୍ଗ ଗ୍ରାମ ସ୍ଥିତ ଡେଙ୍ଗ ଖ୍ରୀଷ୍ଟୀୟ ଉଦଯୋଗ ସମିତି ଆନୁକୂଲ୍ୟରେ ପାଶ୍ଚାତ୍ୟ ଉତ୍କଳ ଖ୍ରୀଷ୍ଟୀୟ ଉଦଯୋଗ ସମିତି ସମ୍ମିଳନୀର ଟିଟିଲାଗଡ ଭ୍ରାମ୍ୟମାଣ ଅଞ୍ଚଳକୁ ନେଇ ଦିନିକିଆ ରାତ୍ର ସର୍କଲ କ୍ରିକେଟ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଯାଇଅଛି l ଉକ୍ତ ଟୁର୍ନାମେଣ୍ଟରେ ମୋଟ ୮ ଗୋଟି ଦଳ ଭାଗ ନେଇଥିଲେ l ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଜ୍ୟୋତିର୍ମୟ ତାଣ୍ଡି (ଭାରପ୍ରାପ୍ତ ପାଳକ) ଯୋଗଦାନ କରି ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ l ସମ୍ମିଳନୀରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ବାଗ ଓ ସଇଁତଳା ସରପଞ୍ଚ ସୁବ୍ରତ ନାଗ ଫିତା କାଟି ଖେଳ ପଡିଆର ଉଦଘାଟନ କରିଥିଲେ। ଏହାର ଫାଇନାଲ ଖେଳ ଟୁର୍ନାମେଣ୍ଟରେ ଡେଙ୍ଗ ଓ ସଇଁତଳା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଦେଙ୍ଗ କ୍ରିକେଟ୍ ଦଳ ନିର୍ଦ୍ଧାରିତ ୫ ଓଭର ୪୮ ରନ ସଂଗ୍ରହ କରିଥିବା ବେଳେ ଜବାବରେ ସଇଁତଲା ଟିମ ୪0 ରନ କରି ପରାଜିତ ହୋଇଥିଲା l ଡେଙ୍ଗ ଟିମ ବିଜୟ ହୋଇ ଚମ୍ପିୟାନ ବିବେଚିତ ହୋଇଥିବାବେଳେ ସଇଁତଳା ଦଳ ରନର୍ସ ଅପ୍ ହୋଇଥିଲେ l ଉକ୍ତ ଟୁର୍ନାମେଣ୍ଟରେ ଶ୍ରେଷ୍ଠ ବୋଲର ଭାବରେ ଆଶିଷ ସୁନା, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଆକାଶ ଦୀପ ରେଙ୍ଗାଲି, ଶ୍ରେଷ୍ଠ ଫିଲ୍ଡର ଭାବରେ କୁଲୁ ନନ୍ଦ ଚାରଭଟା, ଫାଇନାଲର ମ୍ୟାନ ଅଫ ଦି ମ୍ୟାଚ୍ ଭାବରେ ଅଭିଷେକ ନନ୍ଦ ସଇଁତଳା , ଚାରଭଟା କ୍ରିକେଟ୍ ଦଳ ଯଥାର୍ଥ ଓ ଶୃଙ୍ଖଳିତ ଭାବରେ ଖେଳିଥିବା ଦଳ ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମିଳନୀର କୋଷାଧ୍ୟକ୍ଷ ଶିଶିର ରଞ୍ଜନ ପାଣିଗ୍ରାହୀ, ଟିଟିଲାଗଡ ଭ୍ରାମ୍ୟମାଣ ସମ୍ପାଦକ ସୁଜିତ୍ କୁମାର ନନ୍ଦ, ଡେଙ୍ଗ ପାଷ୍ଟୋରେଟର ସମ୍ପାଦକ ଶାମୁୟେଲ ନନ୍ଦ, କୋଷାଧ୍ୟକ୍ଷ ରାଜକିଶୋର ସିଂ ସାଗର, ଡେଙ୍ଗ ମଣ୍ଡଳୀର ସମ୍ପାଦକ ଟଙ୍କଧର ସାଗର, କୋଷାଧ୍ୟକ୍ଷା କିରଣମୟୀ ସାଗର, ଶକୁନ୍ତଳା ଚାରିଟେବଲ ଟ୍ରଷ୍ଟର ପରାମର୍ଶଦାତା ବବିଲ କୁମାର ନାଗ, ଡେଙ୍ଗ ସରକାରୀ ବିଦ୍ୟାଳୟର ପି.ଇ.ଟି ଶିକ୍ଷୟୀତ୍ରି ଶିବାନୀ,ଡେଙ୍ଗ ଖ୍ରୀଷ୍ଟୀୟ ଉଦଯୋଗ ସମିତିର ଉପ-ସଭାପତି ଏସ ବି ଇମରସନ , ପରାମର୍ଶଦାତା ପ୍ରଦୀପ ସାଗର ଓ ରିଚପାଲ ସାଗର , ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସେଲମା, ଅଭିନାଶ ନଦ,ରଞ୍ଜନ ବାଗ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସ୍ଥାନୀୟ ଉଦଯୋଗ ସମିତିର ସଭାପତି ହୋସେନ ସାଗର ଓ ସମ୍ପାଦକ ଏସ. ବି. ଇଟରସନ ପରିଚାଳନା କରିଥିଲେ। ଶେଷରେ ସଦସ୍ୟ ଶେଖର ସାଗର, କୁମୁଦ ରଞ୍ଜନ ନାଗ,ଆଶିଷ ସୁନା, କାହ୍ନା କୁମ୍ଭାର, ରୋସନ ସାଗର, ଏନ ବି ଅର୍ମାନ, ପ୍ରମୋଦ ନାଗ, ଅଭିଳାଷ ସାଗର, ଆୟୁଷ ସାଗର, ଅମନ କୁମ୍ଭାର, ରଶ୍ମି ରଞ୍ଜନ ସୁନା, ଆଶୁତୋଷ ସୁନା, ସୁଜତ ସାଗର, ସିଲି ସାଗର, ବ୍ଲେସି ସାଗର, ଏଞ୍ଜେଲ ସାଗର, ସୃତି ନାଗ, ପ୍ରିନ୍ସି ସାଗର, ସୌରଭ ଦଲେଇ, ଅଭିଷେକ ସାଗର, ଅଭିନାଶ ସାଗର, ତ୍ରିଲୋଚନ ନାଗ, ଉମାକାନ୍ତ କୁମାର,ସଞ୍ଜୀବ ସାଗର, ଅର୍ଚ୍ଚିତ ନାଗ, ସିୟୋନ ନାଗ, ସାରୋନ ସାଗର,ପ୍ରୀୟାନ୍ସୁ ନାଗ, ଶ୍ରିଷ୍ଟି ନାଗ, ମିଷ୍ଠି ନାଗ, ଆକାଶ ସୁନା ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ ।
What's Your Reaction?






