ପେନସନ ଭୋଗୀ କଳାକାର ସଂଘ ର ନୁଆଁ ଖାଇ ଭେଟଘାଟ
କର୍ଲାମୁଣ୍ଡା:୩/୯(ଲୋକ ଆବାଜ.ଇନ/ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପେନସନ ଭୋଗୀ କଳାକାର ସଂଘ ର ନୁଆଁ ଖାଇ ଭେଟଘାଟ ବ୍ଲକ ସଦର ଆରଏମସି ଗୋଦାମ ନିକଟରେ ବୁଧବାର ଅନୁଷ୍ଠିତ ହୋଇଥିଲା।ଏଥିରେ କର୍ଲାମୁଣ୍ଡା ବ୍ଲକ ପେନସନ ଭୋଗୀ କଳାକାର ସଂଘ ର ସଭାପତି ଦୀନ ବନ୍ଧୁ ସାହୁ ଙ୍କ ସଭାପତି ତ୍ୱ ରେ ଆୟୋଜିତ ସଭା ରେ କଳାହାଣ୍ଡି ଜିଲ୍ଲା ପେନସନ ଭୋଗୀ କଳାକାର ସଂଘ ଜିଲ୍ଲା ସଭାପତି ପ୍ରଦୀପ ଧଙ୍ଗଡାମାଝୀ,କର୍ଲାମୁଣ୍ଡା ବ୍ଲକ ଅଧକ୍ଷ୍ୟା କୁନି ସାହୁ,ବିଡ଼ିଓ ଦେବେନ୍ଦ୍ର ସାମଲ,ତହସିଲଦାର ଅରୁଣ ବର୍ଗେ,ଭାରପ୍ରାପ୍ତ ବିଏସଏସଓ ପ୍ରଦୀପ ମାଝୀ, ବ୍ଲକ କଳା ଓ ସଂସ୍କୃତି ସଂଘ ଉପସଭାପତି ଭାଗିରଥି ଷଡଙ୍ଗୀ, ବ୍ଲକ ପେନସନ ଭୋଗୀ କଳାକାର ସଂଘ ସଭାପତି ଦୀନ ବନ୍ଧୁ ସାହୁ,ସମ୍ପାଦକ ବିଶ୍ଵ ମ୍ବର ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କଳାକାର ମାନେ ସଂଗଠିତ ହେବା ସହ କଳା ର ପ୍ରଚାର ପ୍ରସାର କରିବା ଉପରେ ଆଲୋଚନା କରିଥିଲେ।ସଭା କାର୍ଯ୍ୟ କଳାକାର ମଧୁସୂଦନ ବାଗ ସଂଯୋଜନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଲଷ୍ମୀ ପ୍ରସାଦ ସେଠୀ, ଶିଶିର ସାହୁ,ସତ୍ୟ ନାରାୟଣ ସାହୁ,ରଶ୍ମି କାନ୍ତ ସାହୁ,ରାଜ୍ କିଶୋର ଜୈନ,ଯୋଗୀନ୍ଦ୍ର ମିଶ୍ର, ଦେବେନ୍ଦ୍ର ବେହେରା, ଗୋପାଳ ବାରିକ,କ୍ଷୀର ସାଗର ସାହୁ,ଶାନ୍ତନୁ ଦାଶ୍, କମ୍ବୁ ପାଣି ସାହୁ, ବସନ୍ତ ବାଗ,ଗୋବର୍ଦ୍ଧନ କୁମାର,ସୈଲ୍ୟ ରଥୀ ସାହୁ ଓ ଅନ୍ୟ ମାନେ ଆୟୋଜନ ରେ ସହଯୋଗ କରିଥିଲେ।
What's Your Reaction?