କୋକସରା ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ପ୍ରେରଣା ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ।

Mar 13, 2025 - 20:23
 0  185
କୋକସରା ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ପ୍ରେରଣା ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍ (ସନତ କୁମାର ପ୍ରଧାନୀ)

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ କୋକସରା ବ୍ଲକ ର ଟେମରା ଇନ୍ଦିରା ମେମୋରିଆଲ ହାଇସ୍କୁଲ ରେ ଶିକ୍ଷକ ଙ୍କ ପାଇଁ ଉଦ୍ଧିଷ୍ଟ ପ୍ରେରଣା ତାଲିମ ଶିବିର କାର୍ଯ୍ୟକ୍ରମ ସମାପନ ହୋଇଯାଇଛି। କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଙ୍କ ସଭାପତିତ୍ୱ ରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତବିଭିନ୍ନ ନିର୍ଦେଶାଲୟ ଓ ପରିଷଦ ର କାର୍ଯ୍ୟଶୈଳୀ ଉପରେ ବିଷୟରେ ଅବଗତ କରାଇବା ସହ ବିଦ୍ୟାଳୟ ରେ ସମ୍ପାଦିତ ହେଉଥିବା ଶୈକ୍ଷିକ ଓ ସହ ଶୈକ୍ଷିକ କାର୍ଯ୍ୟ ଗୁଡିକ ର ଗୁରୁତ୍ୱ, ନିରାପଦ ଓ ଭୟମୁକ୍ତ ବିଦ୍ୟାଳୟ ପରିବେଶ ପାଇଁ ନିଜେ ଦାୟିତ୍ୱ ଓ ଅନ୍ୟ କାର୍ଯ୍ୟପନ୍ଥା ନେଇ ବରିଷ୍ଠ ଶିକ୍ଷକଓ ସିଆରସିସି ମାନେ ପ୍ରଶିକ୍ଷଣ ଦେଇଥିଲେ।

କାର୍ଯ୍ୟକ୍ରମ ପରିଚାଳନା ରେ ସାଧନ କର୍ମି ଲୋକନାଥ ଶବର, ଦିଲ୍ଲୀପ କୁମାର ସାହୁ, ଶାରଦା ପ୍ରସାଦ ନାଏକ, ଉମାଶଙ୍କର ସତନାମୀ ସମେତ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ, ପ୍ରଶାନ୍ତ କୁମାର ଶବର ଉଦ୍ଦେଶ୍ୟ ସହ ମଞ୍ଚ ପରିଚାଳନା କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୪୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରେରଣା ତାଲିମ ନେଇଥିଲେ।

What's Your Reaction?

like

dislike

love

funny

angry

sad

wow