କୋକସରା ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ।

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍ (ସନତ କୁମାର ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର କୋକସରା ଗ୍ରାମ ରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଅଧିବାସ ଓ କଳସ ଯାତ୍ରା ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଷୋହଳ ପ୍ରହର ନାମଯଜ୍ଞ ଅବସରରେ ଭକ୍ତିମୟ ପରିବେଶ ରେ ପୂଜାକର୍ତ୍ତା ଙ୍କ ଘରୁ ଘଣ୍ଟଶଙ୍ଖ,ସଂକୀର୍ତ୍ତନ ଦଳ ରେ ଶତାଧିକ ମହିଳା ଓ ଯୁବତୀ ମାନେ ମୁଣ୍ଡ ରେ କଳସ ଧାରଣ କରି ଏକ ବିରାଟ ଶୋଭାଯାତ୍ରାରେ ହରେ କୃଷ୍ଣ ହରେ ରାମ ଧ୍ଵନି ରେ କୋକସରା ସହର ପରିକ୍ରମା କରି ସ୍ଥାନୀୟ ପଦ୍ମ ପୁଷ୍କରିଣୀ ରୁ ପଣ୍ଡିତ ଙ୍କ ମନ୍ତ୍ର ଉଚ୍ଚାରିତ ପବିତ୍ର ଜଳ ନେଇ ଯଜ୍ଞ ମଣ୍ଡପ ରେ ସ୍ଥାପନ କରିଥିଲେ। ମୁଖ୍ୟ ପଣ୍ଡିତ ଭାବେ ପଣ୍ଡିତ ଶ୍ରୀପତି ଠାକୁର, ବଦ୍ରୀ ନାରାୟଣ ପଣ୍ଡା, ସତ୍ୟ ନାରାୟଣ ଠାକୁର, ପ୍ରକାଶ ମୁଣ୍ଡ ଦିବ୍ୟ ରଞ୍ଜନ ମୁଣ୍ଡ ପ୍ରମୁଖ ପୂଜାକାର୍ଯ୍ୟ ତୁଲାଇବେ। ପୂଜାକର୍ତ୍ତା ଭାବେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ସହ ଧର୍ମିଣୀ ସାରଙ୍ଗିନୀ ପ୍ରଧାନୀ ପୂଜାକାର୍ଯ୍ୟ ତୁଲାଇଥିଲେ। ଗୁରୁବାର ସକାଳ ୬:୧୦ ଘଣ୍ଟା ରୁ ନାମ ଆରମ୍ଭ ହୋଇ ଶନିବାର ସକାଳ ୬:୧୦ ଘଣ୍ଟା ରେ ସମାପନ ହେବ।ନଗର ପରିକ୍ରମା ଓ ଦହିହାଣ୍ଡି ଭଗ୍ନ କାର୍ଯ୍ୟକ୍ରମ ରହିଛି।
୧୨ ରୁ ଉର୍ଦ୍ଧ ସଂକୀର୍ତ୍ତନ ଦଳ ଷୋହଳ ପ୍ରହର ନାମଯଜ୍ଞ ରେ ଅଂଶ ଗ୍ରହଣ କରିଛନ୍ତି।ଶ୍ରଦ୍ଧାଳୁ ଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା ସହ ଆନନ୍ଦ ବଜାର ରେ ଅନ୍ନଭୋଗ ର ବ୍ୟବସ୍ଥା ରହିଛି। ନାମଯଜ୍ଞ ପରିଚାଳନା ରେ କୋକସରା ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି।
What's Your Reaction?






