ଖଳିଅଭଟା ଉ ପ୍ରା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ।

କଳାହାଣ୍ଡି:୨୮/୦୩(ଲୋକ ଆବାଜ୍.ଇନ୍,ସନତ କୁମାର ପ୍ରଧାନୀ ଙ୍କ ରିପୋର୍ଟ
ଜୟପାଟଣା ବ୍ଲକ ଖଳିଅଭାଟା ଉ ପ୍ରା ବିଦ୍ୟାଳୟରେ ଶୁକ୍ରବାର ବାର୍ଷିକ ଉତ୍ସବ, ଆମ ଖେଳଣା ଆମ ସଂସ୍କୃତି, ବିଜ୍ଞାନ ଓ ଗଣିତ ମେଳା କାର୍ଯ୍ୟକ୍ରମ ବିଦ୍ୟାଳୟ ସଭାପତି ଯଦୁମଣି ସିଂ ନାଗ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ହରପ୍ରିୟା ନାଏକ ଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଖଲିଆଭଟା ଶ୍ରୀମତୀ ପୁଝାରୀ, ସମ୍ମାନିତ ଅତିଥି ଭାବେ ଗୋଷ୍ଟି ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା, ଅତିରିକ୍ତ ସହ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ଖମାରୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସିଆରସିସି ଦେବାଶିଷ ପଣ୍ଡା, ସଂଘ୍ ସମ୍ପାଦକ ଲଳିତ କୁମାର ନାଏକ, ପୁଟୁନ୍ଧର ପୁଝାରୀ,ସାମ୍ବାଦିକ ଦିବ୍ୟ ନାଗ, ମଙ୍ଗଲେଶ୍ୱରି ସ୍ଵୟଂ ସହାୟକ ଗୋଷ୍ଠୀ ସଭାପତି ରତ୍ନବତୀ ମାଝୀ, ସମ୍ପାଦିକା ତ୍ରିବେଣୀ ନାଏକ, ୱାର୍ଡ ସଭ୍ୟ ଖଦେନ୍ ପୁଝାରୀପ୍ରମୁଖ ମଞ୍ଚିସିନ ଥିଲେ।
ଛାତ୍ର ଛାତ୍ରୀ ଙ୍କୁ ପୁରୁଣା ସଂସ୍କୃତି ସହ ପରିଚିତ ହେବା ସହ ତମାମ ପ୍ରତିଭା ମାନଙ୍କୁ ଅଭିନନ୍ଦନ ସହ ବିଦ୍ୟାଳୟ ର ଉତ୍ତରୋତ୍ତର କାମନା କରିଥିଲେ।କାର୍ଯ୍ୟକ୍ରମରେ ଗ୍ରାମ ର ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମ ବାସୀ, ଅଭିଭାବକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା। ଶିକ୍ଷକ ସାରଦା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଅଜିତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
What's Your Reaction?






