କୋକସରା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଏନଏସଏସ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

Aug 28, 2024 - 22:01
Aug 28, 2024 - 22:02
 0  41
କୋକସରା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଏନଏସଏସ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋକସରା : ଲୋକ ଆବାଜ୍ : ଇନ୍ (ତ୍ରିନାଥ  ବେଶ୍ରା)

 କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ବୁଧବାର ମହାବିଦ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲା ମା ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ ର ସହଯୋଗ ରେ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଏନଏସଏସ ପକ୍ଷରୁ ସ୍ୱତନ୍ତ୍ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏନଏସଏସ ପରାମର୍ଶ ଦାତା ଅଧ୍ୟାପକ ଐରି ନାଶନ ଚିନ୍ଦା ଙ୍କ ତତ୍ୱାବଧାନ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗଦେଇ ପରିବେଶ ସୁରକ୍ଷା ହେଉଛି ମାନବ ସମାଜ ର ପ୍ରଥମ କର୍ତ୍ତବ୍ୟ,ପରିବେଶ ସୁରକ୍ଷିତ ରହିଲେ ମାନବ ଜାତି ର ଆୟୁଷ ବଢିବ ଓ ମାନବ ସମ୍ବଳ ପାଇଁ ମଙ୍ଗଳ ହେବ ବୋଳି କହିଛନ୍ତି। ପରେ ମହାବିଦ୍ୟାଳୟ ପରିସରରେ ଥିବା ପଡିଆ ରେ ଏନଏସଏସ, ଏନସିସି ର ଛାତ୍ରଛାତ୍ରୀ ସମେତ ମହାବିଦ୍ୟାଳୟ ର ଅଧ୍ୟାପକ ସୁବ୍ରତ କୁମାର ବେହେରା,ଅଧ୍ୟାପିକା ଶୁଭଶ୍ରୀ ସାହୁ, ବେଦମତି ବାରିକ, କ୍ରୀଡା ଶିକ୍ଷକ ପ୍ରତାପ ଚନ୍ଦ୍ର ବିଶି,କର୍ମଚାରୀ ଜିତେନ୍ଦ୍ର ପ୍ରଧାନୀ,ପୁଷ୍ପିତା ବିଶି ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow