ବିଜେପି ପକ୍ଷରୁ ସଦସ୍ୟତା କର୍ମଶାଳା ଅଭିଯାନ ଓ ସୁଭଦ୍ରା ଯୋଜନା ସମ୍ବନ୍ଧରେ ଆଲୋଚନା

ବାଲିଗୁଡା: ଲୋକ୍ ଆବାଜ୍ .ଇନ୍ ( ପ୍ରମୋଦ କୁମାର ଦଣ୍ଡସେନା)
କନ୍ଧମାଳ ଜିଲ୍ଲା ମହସୀଙ୍ଗି ଓ ଆଡ଼ିମାହା ଗ୍ରାମ ପଞ୍ଚାୟତ ରେ ମହିଳା ନେତ୍ରୀ କଲ୍ପନା କହଁର ଓ ପରମା ବେହର୍ଡଳାଇ ଙ୍କ ନେତୃତ୍ବ ରେ ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ ଓ ସୁଭଦ୍ରା ଯୋଜନା ସମ୍ବନ୍ଧରେ ଆଲୋଚନା ହୋଇ ଥିଲା l ଏହି ଦିନିକିଆ ପ୍ରଶିକ୍ଷଣ ଶିବିର ରେ ଡବଲ୍ ଇଞ୍ଜିନ ସରକାର ଙ୍କ ସୁଦୂର ପ୍ରସାରି ଯୋଜନା ସମ୍ବନ୍ଧରେ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ ସଭାନେତ୍ରୀ କଲ୍ପନା କହଁର l ଶକ୍ତି କେନ୍ଦ୍ରରେ ଶତାଧିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଥିଲେ l ସାରା ଭାରତ ବର୍ଷ ରେ ସେପ୍ଟେମ୍ବର ଦୁଇ ତାରିଖ ଠାରୁ ସଦସ୍ୟତା ଅଭିଯାନ ହେବାକୁଥିବା ବେଳେ ଆଜି ଏହି କର୍ମ ଶାଳl ରେ ବରିଷ୍ଠ କର୍ମୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ l ଗ୍ରାମାଞ୍ଚଳ ରେ ଅଧିକରୁ ଅଧିକ ସଦସ୍ୟ ଯୋଡ଼ି ବିଜେପି ର ହାତ ମୁଠା କୁ ସୁଦୃଢ଼ କରିବା ପାଇଁ ସଭାନେତ୍ରୀ କଲ୍ପନା ମାର୍ଗ ଦର୍ଶନ କରିଥିଲେ l
What's Your Reaction?






