ସ୍ୱଚ୍ଛ ଶାସନ ପାଇଁ ସ୍ୱଚ୍ଛ ନୀତି , ବ୍ଲକ ଏବଂ ପଞ୍ଚାୟତର ନୋଟିସ ବୋର୍ଡରେ ଲାଗିବ ପ୍ରତିଟି ହିସାବ - ଜିଲ୍ଲାପାଳ ।

Jun 21, 2025 - 22:28
 0  14
ସ୍ୱଚ୍ଛ ଶାସନ ପାଇଁ ସ୍ୱଚ୍ଛ ନୀତି , ବ୍ଲକ ଏବଂ ପଞ୍ଚାୟତର ନୋଟିସ ବୋର୍ଡରେ ଲାଗିବ ପ୍ରତିଟି ହିସାବ - ଜିଲ୍ଲାପାଳ ।

ନୂଆପଡ଼ା - ୨୧-୬ ଲୋକ ଆବାଜ.ଇନ ( ରାମନାଥ ପଣ୍ଡାଙ୍କ ରିପୋର୍ଟ)

  ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ କାର୍ଯ୍ଯକ୍ରମର ଏକ ସମୀକ୍ଷା ବୈଠକ ଜିଲ୍ଲା ମୁଖ୍ଯ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପଂଚାୟତ ଅଧିକାରୀ ଲଛମନ ଓରାମ ସମେତ ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ଅଂଶ ଗ୍ରହଣ କରିଥିଲେ । ଶ୍ରୀ ଓରାମ ସମସ୍ତ ପଂଚାୟତର ଆୟ, ବ୍ୟୟ ହିସାବ ଉପସ୍ଥାପନ କରିଥିଲେ । ସମୀକ୍ଷାରୁ ଜଣାଗଲା ଯେ ଜିଲ୍ଲାର ୧୩୧ ଟି ପଂଚାୟତ ଏ ଜୁନ୍ ୨୦ ତାରିଖ ସୁଦ୍ଧା ପଞ୍ଚମ ରାଜ୍ୟ ଅର୍ଥ କମିଶନରୁ ୩,୧୯,୫୨,୦୦୦ ଟଙ୍କା ଅନୁଦାନ ପାଇଛନ୍ତି ଏବଂ ୧,୨୧,୫୮୦୦୦ ଟଙ୍କା ଖର୍ଚ୍ଚ କରିଛନ୍ତି । କେନ୍ଦ୍ରିୟ ଅନୁଦାନରୁ ୨୧,୯୪,୪୦୦୦୦ ଟଙ୍କା ପାଇଥିବାବେଳେ ୯,୭୦,୮୬୦୦୦ ଟଙ୍କା ଖର୍ଚ୍ଚ ହୋଇଛି । ପଞ୍ଚ।ୟତ ମାନଙ୍କ ୧୧୮୨ ଟି ବନ୍ଧ (ପୋଖରି) ନିଲାମରୁ ୬୭,୪୯,୦୦୦ ଟଙ୍କା, ୪୪ ଟି ସାପ୍ତାହିକ ବଜାର ନିଲାମରୁ ୧୨,୫୭,୦୦୦ ଟଙ୍କା ଏବଂ ୫୫୫ ଟି ମାର୍କେଟ କମ୍ପ୍ଲେକ୍ସରୁ ୬ ଲକ୍ଷ ଟଙ୍କା ଆୟ ହୋଇଛି । ସେହିପରି ୧୩ ଟି ଗ୍ରାମ୍ୟ ବଗିଚା ନିଲାମରୁ ୬,୫୪,୦୦୦ ଟଙ୍କା ଏବଂ ୯୪ ଟି ଜାଗିରି ଜମି ନିଲାମରୁ ୨,୦୨,୦୦୦ ଟଙ୍କା ଆୟ ହୋଇଛି । ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଯେ ବିଡିଓ ,ଡି ପି ଓ ଏବଂ ଜି ପି ଡି ଓ ମାନେ ନିୟମିତ ବ୍ୟବଧାନରେ ସମସ୍ତ ପଞ୍ଚାୟତ ନିରୀକ୍ଷଣ କରିବା ପାଇଁ ଯିବେ , କେଶ୍ ବୁକ ଚେକ୍ କରିବେ l ମାସ ଆରମ୍ଭ ଏକ ତାରିଖରେ ପୂର୍ବ ମାସର ଅନୁଦାନ, ଆୟ ଏବଂ ବ୍ୟୟର ହିସାବ ସମସ୍ତ ବ୍ଲକ ଏବଂ ପଂଚାୟତର ନୋଟିସ ବୋର୍ଡରେ ଟଙ୍ଗା ଯିବ । ପୂର୍ବ ମାସ ସଭାର ବିବରଣୀ ସେଠାରେ ପାଠ କରାଯିବ ଏବଂ ଏହି ସମୟରେ କି କି ଉନ୍ନତିମୂଳକ କାର୍ଯ୍ୟ ହୋଇଛି ସେଠାରେ ସୂଚନା ଦିଆଯିବ lପ୍ରତି ବୁଧବାର ଦିନ ସମସ୍ତ ପଞ୍ଚାୟତରେ ରୋଜଗାର ଦିବସ ସହିତ ସ୍ବଚ୍ଛତା ଦିବସ ମଧ୍ୟ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତର ସମସ୍ତ ଜବର ଦଖଲ ଜମି ତହସିଲଦାର ମାନଙ୍କ ସହାୟତାରେ ମୁକ୍ତ କରାଯିବ । ଜନ ପ୍ରତିନିଧି ମାନଙ୍କ ସହଯୋଗରେ ପଞ୍ଚାୟତ ମାନଙ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି l

What's Your Reaction?

like

dislike

love

funny

angry

sad

wow