ସୋନପୁର ଶାନ୍ତି କୁଟୀର (ସେବାଶ୍ରମ )ର ରକ୍ଷଣା ବେକ୍ଷଣ ର ଦାବି କଲେ ସ୍ବେଛାସେବୀ ସୋନପୁର ଶାନ୍ତି କୁଟୀର (ସେବାଶ୍ରମ )ର ରକ୍ଷଣା ବେକ୍ଷଣ ର ଦାବି କଲେ ସ୍ବେଛାସେବୀ

ସୋନପୁର ଶାନ୍ତି କୁଟୀର ( ସେବା ଶ୍ରମ) ର ରକ୍ଷଣା ବେକ୍ଷଣ ଦାବୀ କଲେ ସ୍ବେଛାସେବୀ
ସୋନପୁର: ଲୋକ୍ ଆଵାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର :- ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ରିଙ୍ଗ ରୋଡ ତେଲ ନଦୀ କୂଳରେ ଅବସ୍ଥିତ ଶାନ୍ତି କୁଟୀର ର ପୁରୁଣା ବାସ ଗୃହ ମରାମତି ରକ୍ଷଣା ବେକ୍ଷଣ ସହ ଅନ୍ତେବାସୀ ଙ୍କ ସ୍ଵାସ୍ଥ୍ୟ ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା ପାଇଁ ପୌରପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଙ୍କୁ ଭେଟି ଦାବୀ ଜଣାଇଲେ ୧୫ ଜଣ ଅନ୍ତେବାସୀ ଓ ସ୍ବେଛାସେବୀ l ଏହା ସହିତ ଶୌଚ ପାଇଁ ଏକ ଶୌଚାଳୟ ଟିଏ ନିର୍ମାଣ ଲାଗି ଓ ଗ୍ରୀଷ୍ମ ଋତୁରେ ଆଗକୁ ପ୍ରଚଣ୍ଡ ଖରା ଗରମ ହେତୁ ଘର ର ମଜଭୁତ ଛାତ ର
ବ୍ୟବସ୍ଥା ପାଇଁ ପୌର ଅଧିକାରୀ ଙ୍କୁ ଦୁଃଖ ଜଣାଇଥିଲେ। ସମାଜସେବୀ ମୋନାଜ୍ କର୍ମୀ (ମୂନୁ ), ବିଜେପି ଯୁବମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର ଙ୍କ ସହ ଅନ୍ତେବାସୀ ପଞ୍ଚବାସୀ ମହଲା, କୁଳମଣି ଖମାରୀ, ଖଗେଶ୍ବର ପ୍ରଧାନ, ବାହାଦୁଲ ବେହେରା, ଧୁବା ପାଣ୍ଡେ, ଚୈତନ୍ୟ ସାହୁ, ସୁନା ପୋଢ଼, ମେଘା ବାରିକ, ପୂର୍ଣାବାସି ମହଲା, ମାଳତୀ ସା, କେଶବ କଲତା, ସୁପାର କଲତା ଓ ଲତା ଭୋଇ ପ୍ରମୁଖ ପୌର ଅଧିକାରୀ ଙ୍କୁ ଭେଟି ଏ ସବୁ ଦାବୀ ଜଣାଇଥିଲେ । ପ୍ରକାଶ ଥାଉ କି ଯେ ଗତ ବର୍ଷ ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ବିଭାଗ ଏ ଶାନ୍ତି କୁଟୀର ରେ ଏ ଅନ୍ତେବାସୀ ଓ କିଛି ସ୍ଵେଚ୍ଛା ସେବୀ ଙ୍କ ସହିତ ବିଶ୍ଵ କୁଷ୍ଠ ଦିବସ ପାଳନ କରି ଅନ୍ତେବାସୀ ଙ୍କ ଏ ସମସ୍ୟl ପ୍ରତି ଦାବୀ ପ୍ରତି ଅବଗତ ଥିବା ଜଣା ଯାଇଛି l ଯେଉଁଥିରେ କି ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ପୌର ଅଧ୍ୟକ୍ଷା ମଧ୍ୟ ଯୋଗ ଦେଇଥିଲେ l ଏ ସମ୍ବେଦନଶୀଳ ସମସ୍ୟା ର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଦାବୀ କରିଛନ୍ତି l
What's Your Reaction?






