ପଏଁରୀ ତିହାର ର ଦ୍ଵିତୀୟ ସଂଧ୍ୟାରେ ଜାମୁ ଡାଲି ଗୀତ ରେ ଝୁମିଲେ ଦର୍ଶକ*- *ସମ୍ୱର୍ଦ୍ଧିତ ହେଲେ ଶିକ୍ଷାବିଦ ଲାଲ୍ ବାବୁ ସେଠି*-

Jan 3, 2026 - 10:47
 0  46
ପଏଁରୀ ତିହାର ର ଦ୍ଵିତୀୟ ସଂଧ୍ୟାରେ ଜାମୁ ଡାଲି ଗୀତ ରେ ଝୁମିଲେ ଦର୍ଶକ*- *ସମ୍ୱର୍ଦ୍ଧିତ ହେଲେ ଶିକ୍ଷାବିଦ ଲାଲ୍ ବାବୁ ସେଠି*-

ସୁବର୍ଣ୍ଣପୁର :ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ସୁବର୍ଣପୁର ପଏଁରୀ ଅନୁଷ୍ଠାନ ଦ୍ଵାରା ଆୟୋଜିତ ପଏଁରୀ ତିହାର ୨୦୨୬ ଆଜି ଦ୍ଵିତୀୟ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପଏଁରୀ ଅନୁଷ୍ଠାନ ଦ୍ଵାରା ପରିବେଷିତ ଜାମୁ ଡାଲି, ବଲାଙ୍ଗୀର ର ଦୁଲଦୁଲି କଳାପରିଷଦ ର ଘୁଡକା ଓ ନୟାଗଡ଼ ର ପଶୁମୁଖା, ବିନିକା ର ମାଁ ମାହେଶ୍ୱରୀ ସା‍ଂସ୍କୃତିକ ପରିଷଦ ର ନଚନିଆଁ ରେ ଦର୍ଶକ ବିଳମ୍ବିତ ରାତି ଯାଏ ମନଭରି ଉପଭୋଗ କରିଥିଲେ। ତିନିଦିନ ବ୍ୟାପି ଏହି ତିହାରକୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ସଂଗୀତ ନାଟକ ଏକାଡେମୀ ନୂଆଁଦିଲ୍ଲୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଓ ଜିଲ୍ଲା ସଂସ୍କୃତି ପରିଷଦ,ସୁବର୍ଣ୍ଣପୁର ଙ୍କ ସହଯୋଗ ରେ ଆୟୋଜିତ ହେଉଥିବା ପଏଁରୀ ଚଳିତ ବର୍ଷ ମା ସୁରେଶ୍ୱରୀ ମନ୍ଦିର ପରିସରରେ ଆୟୋଜିତ ହେଉଛି। ଦ୍ବିତୀୟ ସଂନ୍ଧ୍ୟା ର କାର୍ଯ୍ୟକ୍ରମ ସଭାପତି ଲଡୁ କିଶୋର ମଲ୍ଲିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସଭାକାର୍ଯ୍ୟ ରେ ଅତିଥି ସମୁହ ପ୍ରଥମେ ମାଁ ସୁରେଶ୍ୱରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଓଡ଼ଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଅକ୍ଷୟ ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୁବର୍ଣ୍ଣପୁର ର କଳା ସଂସ୍କୃତି ଅନ୍ୟନ୍ୟ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ,ପୈରାଧ୍ୟକ୍ଷାତାମସି ତାମସ୍ମିତା ନାୟକ, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଯୋଗଦେଇଥିଲେ। ଆଜିକାର ସମ୍ବର୍ଦ୍ଧନା ପର୍ବ ରେ ପଏଁରୀ ସମ୍ମାନ- ରାଜେଶ ହାତୀ - ବିଶିଷ୍ଟ ଦଣ୍ଡ କଳାକାର (ରାଧା) ଅଖିଳ ଜାଲ - ଦଣ୍ଡ କଳାକାର ( କୃଷ୍ଣ ),ଲାଲବାବୁ ସେଠୀ , ( ଆଦର୍ଶ ଶିକ୍ଷକ ତଥା ଶିକ୍ଷାବିଦ୍‌) ଉଦ୍ଧବ ମେହେର ଅକ୍ସିଜିମ ର ପ୍ରତିଷ୍ଠାତା ଓ ସହରର କିଛି ବରିଷ୍ଠ ସାମ୍ବାଦିକ ଙ୍କୁ ସର୍ମ୍ବଦ୍ଧନା ପ୍ରଦାନ କରାଯାଇଥିଲା। ପଏଁରୀ ର ଉପ ସଭାପତି ପ୍ରଫୁଲ୍ଲ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶିଷ୍ଟକଣ୍ଠଶିଳ୍ପୀ- ନୁର ବେଗମ, ନବିନ କୁଅଁର, ପଦ୍ମଲୋଚନ ସାହୁ, ବ୍ରହ୍ଣା କୁମ୍ଭାର, ମସ୍ତରାମ ସୁନା, ଶାନ୍ତନୁ ମୁନା ପ୍ରମୁଖ କଳାକାର ଲୋକ ସଙ୍ଗୀତ ଗାନ କରିଥିଲେ।

What's Your Reaction?

like

dislike

love

funny

angry

sad

wow