କ୍ଲଷ୍ଟର ସ୍ତରୀୟ ସୁରଭି ଓ ଲୋକକଳା କାର୍ଯ୍ୟକ୍ରମ ଅନୁଷ୍ଠିତ l

Oct 1, 2024 - 18:00
 0  12
କ୍ଲଷ୍ଟର ସ୍ତରୀୟ  ସୁରଭି ଓ ଲୋକକଳା କାର୍ଯ୍ୟକ୍ରମ ଅନୁଷ୍ଠିତ l

ବାଲିଗୁଡା : ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜ଼ିଲ୍ଲା କ. ନୂଆଗାଁ ବ୍ଲକ ଅନ୍ତର୍ଗତ ମହସିଂ ଗ୍ରାମ ପଂଚାୟତ ମହସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି ଓ ଲୋକକଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l

ଏହି ଅବସରରେ ମହସିଂ ଗ୍ରାମ ପଞ୍ଚାୟତ ଓ ଆଡିମାହା ଗ୍ରାମ ପଂଚାୟତ ର ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ବକୃତା, ଚିତ୍ରାଙ୍କନ ଓ ଲୋକକଳା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ l ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ପାରମ୍ପରିକ ଆଦିବାସୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରିଥିଲେ ll ଲୋକକଳା ଲୋକ ସଂସ୍କୃତି ବିଲୁପ୍ତ ହେବାକୁ ବସିଥିବା ବେଳେ ରାଜ୍ୟ ସରକାର ଲୋକକଳା କୁ ବିଦ୍ୟାଳୟ ସ୍ତରରେ ସ୍ଥାନିତ କରିଥିବାରୁ ସମସ୍ତେ ଖୁସି ପ୍ରକଟ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow