ମାତୃଶକ୍ତି ମହିଳା କୃଷକ ଉତ୍ପାଦକ କମ୍ପାନୀର ରେଘାମୁଣ୍ଡାଠାରେ ଚତୁର୍ଥ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ।

Oct 1, 2024 - 22:16
 0  28
ମାତୃଶକ୍ତି ମହିଳା କୃଷକ ଉତ୍ପାଦକ କମ୍ପାନୀର ରେଘାମୁଣ୍ଡାଠାରେ ଚତୁର୍ଥ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ।

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଉମା ପଞ୍ଚାୟତର ରେଘାମୁଣ୍ଡାସ୍ଥିତ ବାବା ଧବଳେଶ୍ୱରଙ୍କ କଲ୍ୟାଣ ମଣ୍ଡପଠାରେ ମାତୃଶକ୍ତି ମହିଳା ଉତ୍ପାଦକ କମ୍ପାନୀ ଲିଃର ଚତୁର୍ଥ ସାଧାରଣ ସଭା ପରିଷଦର ନିର୍ଦ୍ଦେଶକା ଚନ୍ଦ୍ରକାନ୍ତି ଚାଉଳିଆଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଏ ଏଚ ଓ ଗୋବିନ୍ଦଚନ୍ଦ୍ର ସେଠୀ, ସମ୍ମାନୀତ ଅତିଥି ଭାବେ ଏନଏଚଆରଡିଏଫର କେନ୍ଦ୍ରୀୟ ମୂଖ୍ୟ ଟି.ପି. ଆମ୍ବ୍ରେ, ଟେକ୍ନିକାଲ ଅଫିସର ରଞ୍ଜିତ କୁମାର ଦାସ, ମହିଳା ମିଶନ ଶକ୍ତିର ବିପିସି ବିଶ୍ଵଭୂଷଣ କହଁର, ଏଏଫ୍ଓ ଅଂଶୁମାନ ପଣ୍ଡା,କନିଷ୍ଠଯନ୍ତ୍ରୀ ତାପସ କୁମାର ପ୍ରଧାନ, ପ୍ରାଣି ଧନ ଚିକିତ୍ସାଧିକାରୀ ପ୍ରଜ୍ଞାସିନି ପ୍ରଧାନ, ଏଇପିଏସ୍‌ ବରୁଣ ବିଭାର ମଞ୍ଚାସିନଥିଲେ।

 ଉକ୍ତ ସଭାରେ କୃଷି ଉତ୍ପାଦକ କେନ୍ଦ୍ରର କୃଷ୍ଟର ପ୍ରକଳ୍ପ ପ୍ରୋଗ୍ରାମ ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ଖଟୁଆ ସଭା ପରିଚାଳନା କରିଥିଲେ। ସଭାରେ କମ୍ପାନୀର ଏପିସି ଅଞ୍ଚଳରୁ ପ୍ରାୟ ୫୫ଟି ଗ୍ରାମ ରୁ ୨୪ ଟି ଉତ୍ପାଦକ ଗୋଷ୍ଠୀରୁ ୫୬୫ ଜଣ କୃଷିମିତ୍ର, ଡବ୍ଲୁଇ, କୃଷକ ଉଦ୍ୟୋଗୀ ମିତ୍ର, ଉଦ୍ୟାନ ସାଥୀ ଓ ପ୍ରଗତି ଚାଷିମାନେ ଉପସ୍ଥିତ ରହିଥିଲେ। ଉକ୍ତ କମ୍ପାନୀର ହିସାବରକ୍ଷକ ତୋଫାନ ମେହେର ୨୦୨୩-୨୪ର ଆୟୁବୀୟର ହିସାବ ଦେଇଥିବା ସ୍ଥଳେ ପ୍ରକାଶ ରଣା ଆଗାମୀ ୨୪ - ୨୫ ର ଯୋଜନା ଉପସ୍ଥାପନ କରିଥିଲେ। ଏଠାରେ ଚାଷୀଙ୍କ ଦ୍ଵାରା ଜୈବିକ ପଦ୍ଧତିରେ ଉତ୍ପାଦନ କରିଥିବା ଟମାଟୋ ଓ ଫୁଲ କୋବିଚାରା କୁ ପ୍ରଦର୍ଶନ କରାଯାଇଥିଲା। ପରିଶେଷରେ ଉକ୍ତ କମ୍ପାନୀର କୃତିତ୍ଵ ହାସଲ କରିଥିବା ଅଂଶୀଦାର ଚାଷିମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କାର ସ୍ଵରୂପ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସଭା ଶେଷରେ ସିପୁନ ଚୌଧୁରୀ ଧନ୍ୟବାଦ ଦେଇଥିଲେ। ସମସ୍ତ କାର୍ଯ୍ୟରେ ବୌଦ୍ଧ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ବାଉଁଶୁଣୀସ୍ଥିତ ୱାଇ.ସି.ଡି.ଏ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେl

What's Your Reaction?

like

dislike

love

funny

angry

sad

wow