କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୪ କାର୍ଯ୍ୟକ୍ରମ..........

କେସିଙ୍ଗା:ଲୋକ ଆବାଜ. ଇନ(ଫିରୋଜ କୁମାର ଦାଶ ଙ୍କ ରିପୋର୍ଟ )
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ପଂଚାୟତର ଘାସିରାମ ଦୋରା ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ବେଲଖଣ୍ଡି କ୍ଲଷ୍ଟର ର ପଥରଖଣ୍ଡି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଘନଶ୍ୟାମ ଭୋଇ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଘାସିରାମ ଦୋରା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୁଷ୍ପଧ୍ୱଜ ବାଗ , ମୁଖ୍ୟ ବକ୍ତା ଧନଞ୍ଜୟ ରଣା ଉପସ୍ଥିତ ଥିଲେ l କ୍ଲଷ୍ଟର ର ସିଆରସିସି ଦିବ୍ୟ ସିଂ ମାଝୀ ସୁରଭି କାର୍ଯ୍ୟକ୍ରମ ର ଉଦେଶ୍ୟ ବିଷୟରେ ଧାରଣା ଦେଇଥିବା ବେଳେ ମଞ୍ଚ ପରିଚାଳନା ବିଦ୍ୟାଳୟ ର ଶିକ୍ଷକ ସୁଜନ ଛତ୍ରିଆ କରିଥିଲେ l ଏଥିରେ ୧୫ ଟି ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ଚିତ୍ରାଙ୍କନ, ବକୃତା, ବିତର୍କ, ଶୃତଲିଖନ, ପ୍ରବନ୍ଧ ଲିଖନ, ସାଧାରଣ ଜ୍ଞାନ, ଗୀତ, ଦଳଗତ ନୃତ୍ୟ ପ୍ରତିଯୋଗିତା ରେ ଭାଗ ନେଇଥିଲେ l ଏଥିରେ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରୀଛାତ୍ର ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ରେ ୧୫ ଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକ ବିକ୍ରମଦେବ ସାହୁ, କୁଶ ପଧାନ, ଦୁର୍ବାଦଳ ସାହୁ, ଧବଳେଶ୍ୱର ସାହୁ, ସରୋଜ କୁମାର, ସାଗର ଦୀପ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ସମସ୍ତ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶିକ୍ଷକ ମାନେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ l ଶେଷରେ ଭାଲୁଡୁଙ୍ଗୁରି ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭୋଜରାଜ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l
What's Your Reaction?






