ଡକ୍ତର ବି. ଆର ସାହେବ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ଓ ସାମ୍ବିଧାନିକ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା)
ସମ୍ବିଧାନ ପ୍ରଣେତା ଡକ୍ତର ଭୀମରାଓ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ବା ସମ୍ବିଧାନ ଦିବସ କୁ ମହା ଆଡମ୍ବର ରେ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକକ. ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ସ୍ଥିତ ହାଟପଦା ଅନୁଷ୍ଠିତ ହୋଇ ଯାଇଛି l ସଭାକାର୍ଯ୍ୟ ପ୍ରାରମ୍ଭ ରେ ଆବାହକ ଗୁରୁରାମ ପାତ୍ର ସମ୍ବିଧାନ ପ୍ରଣେତା ଆମ୍ବେଦକର ଙ୍କ ଜୀବନୀ ସମ୍ପର୍କ ରେ ଆଲୋଚନା କରିଥିଲେ l
ଆମ୍ବେଦକର ସ୍ମୃତି କମିଟି ତରଫରୁ ଆଗାମୀ ନଭେମ୍ବର 26 ତାରିଖ ସାମ୍ବିଧାନିକ ଦିବସ ରେ ଜ଼ିଲ୍ଲା ମୁଖ୍ୟlଳୟ ଠାରେ ଧୁମ ଧାମରେ ଜନ୍ମ ଜୟନ୍ତୀ ପାଳନ ସହିତ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ନିଷ୍ପତ୍ତି ନିଆଯାଇ ଥିଲା ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ରୁ ଯୁଧିଷ୍ଠିର ସାହୁ,ଦୁର୍ବାସା ସେଠୀ, କ. ନୂଆଗାଁ ରୁ ଭାଗିରଥି ନାଥ, କ. ନୂଆଗାଁ ରୁ ଜୟବାନ ପ୍ରଧାନ, ଫିରିଙ୍ଗିଆ ରୁ ଅକ୍ଷୟ କର୍ଣ୍ଣ, ମୋହନ ସେଠୀ, ବାଲିଗୁଡା ରୁ ପ୍ରମୋଦ କୁମାର ଦଣ୍ଡସେନା, ଜଗନ୍ନାଥ ବିଷୋୟୀ,ସାରଙ୍ଗଡ଼ ରୁ ଅଶ୍ୱିନୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ
What's Your Reaction?






