ଏକଲବ୍ୟ ଆବାସିକ ବିଦ୍ୟାଳୟ ପରିଦର୍ଶନ କଲେ କଳାହାଣ୍ଡି ସାଂସଦ

Nov 24, 2024 - 20:45
 0  19
ଏକଲବ୍ୟ ଆବାସିକ ବିଦ୍ୟାଳୟ ପରିଦର୍ଶନ କଲେ କଳାହାଣ୍ଡି ସାଂସଦ

ନୂଆପଡା - ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ)

ନୂଆପଡା ଜିଲ୍ଲା ସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି କଳାହାଣ୍ଡି ସାଂସଦ ମାଲବିକା ଦେବୀ । ତାଙ୍କ ସହିତ ମହାରାଜ କୁମାର ସାହେବ ଅର୍କକେଶରୀ ଦେଓ ପୂର୍ବତନ କଳାହାଣ୍ଡି ସାଂସଦ ଓ ନୂଆପଡ଼ା ଜିଲ୍ଲା ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ ଉପସ୍ଥିତ ଥିଲେ । କେନ୍ଦ୍ର ସରକାର ତଥା ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଜୀଙ୍କ ବିଜେପି ସରକାର ଆଦିବାସୀ ମାନଙ୍କର ଶିକ୍ଷାର ବିକାଶ ପାଇଁ ଓଡିଶାର ପ୍ରତି ଜିଲ୍ଲାରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ସ୍ଥାପନ କରିଛନ୍ତି ।ଏହି ଯୋଜନାର ପରିକଳ୍ପନା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଯଶସ୍ବୀ ବରେଣ୍ୟ ଶ୍ରୀଯୁକ୍ତ ଅଟଳବିହାରୀ ବାଜପେୟୀଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ।

ଏହି କ୍ରମରେ ଆଜି କଳାହାଣ୍ଡି ସାଂସଦ କ୍ଷେତ୍ରର ନୂଆପଡା ଜିଲ୍ଲାରେ ଅବସ୍ଥିତ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ନୂଆପଡ଼ା ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ, ବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଶିକ୍ଷକ ଓ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନଙ୍କ ସହିତ ସାକ୍ଷାତ କରି ସେମାନଙ୍କ ଶିକ୍ଷାର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ସାମଗ୍ରୀକ ବିକାଶ ଯଥା - ବୌଦ୍ଧିକ , ମାନସିକ, ଶାରୀରିକ ଦିଗରେ କେମିତି ଉନ୍ନତି ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଛାତ୍ରଛାତ୍ରୀମାନେ ଏହି ବିଦ୍ୟାଳୟରେ ଥିବା ସୁବିଧା ସୁଯୋଗ ବିଷୟରେ ସାଂସଦ ମହାଶୟା ଓ ଉପସ୍ଥିତ ଅତିଥିଙ୍କ ସହ ଆଲୋଚନା କରିଥିଲେ ।

What's Your Reaction?

like

dislike

love

funny

angry

sad

wow