ଖୁଣ୍ଟିଆ ନଦୀପଡ଼ାରେ ଉତ୍କଟ,ପାନୀୟ ଜଳ ସମସ୍ୟା,ବାଲିଚୁଆ ମେଣ୍ଟାଉଛି ଶୋଷ।

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍ (ସନତ କୁମାର ପ୍ରଧାନୀ)
ଜଳ ହିଁ ଜୀବନ,ଜଳ ହିଁ ମରଣ, ପିଇବା ପାଣି ବୁନ୍ଦାଏ ପାଇଁ ଛଟପଟ ହେଉଛନ୍ତି ଉପାନ୍ତ ଅଞ୍ଚଳ ର ଗ୍ରାମବାସୀ। ଏମିତି କିଛି ଚିତ୍ର ଦେଖିବାକୁ ମିଳୁଛି କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ନଦୀ ପଡା ରେ ୧୦ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଏଠାରେ ଥିବା ଏକମାତ୍ର ନଳକୂପ ଅଚଳ ହୋଇ ପଡିଛି। ଗତବର୍ଷ ବର୍ଷା ଦିନ ରେ ନଦୀ ର ଦୂଷିତ ପାଣି ପିଇ ଏହି ପଡା ରେ ଡାଇରିଆ ଲାଗି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିଲା।
ଏହାକୁ ଦୃଷ୍ଟିରେ ରଖି ସେହି ସମୟରେ ଯୁଦ୍ଧ କାଳୀନ ଭିତ୍ତି ରେ ବ୍ଲକ ପ୍ରଶାସନ ପକ୍ଷରୁ ପାନୀୟ ଜଳ ପ୍ରକଳ୍ପ ରୁ ପାନୀୟ ଜଳ ଯୋଗାଣ କରାଯାଇଥିଲା। ତେବେ ବିଗତ ୩ ମାସ ହେବ ଏହି ପ୍ରକଳ୍ପ ରୁ ଜଳଯୋଗାଣ ବନ୍ଦ ପଡିଛି। ବଞ୍ଚିବାକୁ ହେଲେ ପାଣି ମୁନ୍ଦାଏ ଦୈନନ୍ଦିନ ଜୀବନରେ ଦରକାର, ପିଇବା ପାଣି ସଂଗ୍ରହ ପାଇଁ ଗ୍ରାମ ର ମହିଳା ସମେତ ଯୁବତୀ ମାନେ ଗାଁ ରୁ ଅଧ କିମି ନଦୀକୁ ଯାଇ ନଦୀ କୁଳ ରେ ବାଲିଚୁଆ ଖୋଳି।ପାନୀୟ ଜଳ ସଂଗ୍ରହ କରୁଛନ୍ତି।
ପଡ଼ାବାସୀ ମାନେ ପାନୀୟ ଜଳ ଯୋଗାଣ ପାଇଁ ସ୍ଥାନୀୟ ଗ୍ରାମ ପଞ୍ଚାୟତ ସରପଞ୍ଚ ଓ ଅଧିକାରୀ ଙ୍କୁ ଅନେକ ସମୟରେ ଅଭିଯୋଗ କରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରା ଯାଇନାହିଁ। ଏନେଇ କୋକସରା ଗ୍ରାମ୍ୟ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ ଙ୍କ ପ୍ରତିକ୍ରିୟା ନେବାରୁ ପଡା ରେ ଥିବା ନଳକୂପ ମରାମତି କରିବା ସହ ପ୍ରକଳ୍ପ ରୁ ପାନୀୟ ଜଳ ଯୋଗାଣ ପାଇଁ ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
What's Your Reaction?






