ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଶୈକ୍ଷିକ ପରିଭ୍ରମଣ ରେ ଯାତ୍ରା କଲେ କୋକସରା ବ୍ଲକ ଛାତ୍ରଛାତ୍ରୀ।
କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍ (ସନତ କୁମାର ପ୍ରଧାନୀ)
ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଛାତ୍ରଛାତ୍ରୀ ଙ୍କ ବାହ୍ୟ ଜ୍ଞାନ ଆହରଣ ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଶୁକ୍ରବାର କୋକସରା ଗୋଷ୍ଠି ଶିକ୍ଷା ବିଭାଗ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଶୈକ୍ଷିକ ପରିଭ୍ରମଣ ରେ ୩ ଗୋଟି ବସ ରେ କୋରାପୁଟ ଜିଲ୍ଲାର ଅମ୍ବାଗୁଡା ରେ ଥିବା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, ଉପର କୋଲାବ ଜୟପୁର,ଆଦିବାସୀ ସଂଗ୍ରହାଳୟ, ଶାବର ଶ୍ରୀକ୍ଷେତ୍ର କୋରାପୁଟ ପରିଭ୍ରମଣ କରି ଶୈକ୍ଷିକ ଜ୍ଞାନ ଆହରଣ ପାଇଁ ଯାତ୍ରା କରିଛନ୍ତି।
କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକ ର ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଏକତ୍ରିତ ହେବାପରେ ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ ଭାଟି, ବିଆରସିସି ତୋଫାନ ମାଝୀ, ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯାତ୍ରା କରିଛନ୍ତି।
What's Your Reaction?