ଗଞ୍ଜେଇ ଅଭିଯାନରେ କଣ୍ଟାମାଳ ପୁଲିସର ବଡ଼ ସଫଳତା ବିପୁଳ ପରିମାଣର ଗଞ୍ଜେଇ ସହ ୨୪ଅଭିଯୁକ୍ତ ଗିରଫ କଣ୍ଟାମାଳ: ଲୋକ୍ ଆଵାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ )

ଗଞ୍ଜେଇ ଅଭିଯାନରେ କଣ୍ଟାମାଳ ପୁଲିସର ବଡ଼ ସଫଳତା
ବିପୁଳ ପରିମାଣର ଗଞ୍ଜେଇ ସହ ୨୪ଅଭିଯୁକ୍ତ ଗିରଫ
କଣ୍ଟାମାଳ: ଲୋକ୍ ଆଵାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ)
ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଗଞ୍ଜେଇ ଧରା ଅଭିଯାନକୁ ଜୋରଦାର କରିଛି କଣ୍ଟାମାଳ ପୁଲିସ l ପ୍ରଥମଥର ପାଇଁ ଗଞ୍ଜେଇ ଚୋରା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାର ଦୁଃସାହାସିକ ପଦକ୍ଷେପ ନେଇ ବିରାଟ ସଫଳତା ପାଇଛି କଣ୍ଟାମାଳ ପୁଲିସ l ମିଳିଥିବା ସୂଚନାନୁସାରେ କଣ୍ଟାମାଳ ଥାନାର ଆଭ୍ୟନ୍ତରିଣ ତଥା କନ୍ଧମାଳ - ବୌଦ୍ଧ ସୀମାନ୍ତ ମାତାକୁପା ଜଙ୍ଗଲରେ ସୋମବାର ବିଳମ୍ବିତ ରାତିରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ କଣ୍ଟାମାଳ ପୁଲିସ ଓ ବିଏସଏଫ ଯବାନ ଙ୍କ ଏକ ମିଳିତ ଟିମ ଘଟଣାସ୍ଥଳକୁ ଯାଇ ଚଢ଼ାଉ କରିଥିଲେ l ଏହି ଚଢ଼ାଉ ସମୟରେ ଘଟଣାସ୍ଥଳରୁ ବିପୁଳ ପରିମାଣର ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରିବା ସହ ଚାରପାଲି, କମଘାଟ, ସାନଛପାପାଲି, ଘଣ୍ଟପାଲି, ସର୍ଗିପାଲି, ଟିକିରାପରା, ଗମ୍ଭାରୀପଦର ଗ୍ରାମର ଦ୍ଵିଜବର କହଁର, ନରୋତ୍ତମ ଦେହେରିଆ,ଗଞ୍ଜୁରୁ ଠେଲା, ଦେବସ ଠେଲା, ବୈଶାଖୁ ଠେଲା, ଜୟଭାରତ ଠେଲା, ଥବିର ଠେଲା, ପ୍ରଶାନ୍ତ ରଣା, ପ୍ରକାଶ ମଲିକ, ଲୋକନାଥ ବାଚ୍ଛା, ତୁରଜବ ଠେଲା, ହେମନ୍ତ ଠେଲା, ବଜରଙ୍ଗୀ ତରିଆ, ପ୍ରଦୀପ ଦେହେରିଆ, ସୁରେଶ ବଗର୍ତ୍ତୀ, ରଂଜିତ ଠେଲା, ଉଦ୍ଧବ ଦାସ, ସନାତନ କହଁର, ଜଗଦୀଶ ଦେହେରିଆ, ପ୍ରକାଶ କହଁର, ଲାଲମନ ସାହୁ, ଗୌତମ ଦେହେରିଆ, ରମେଶ କହଁର ଙ୍କ ସମେତ ୨୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି l ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରିବାରୁ ଜବତ ଗଞ୍ଜେଇର ପରିମାଣ ୬କୁଇଣ୍ଟାଲ ୭୨କେଜି ହୋଇଥିଲା l ଏନେଇ କଣ୍ଟାମାଳ ପୁଲିସ ପକ୍ଷରୁ ୪୬/୨୦୨୫ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା କଣ୍ଟାମାଳ ଥାନାଅଧିକାରୀ ଭାବାନନ୍ଦ ପ୍ରଧାନ କହିଛନ୍ତି l
What's Your Reaction?






