ଗଞ୍ଜେଇ ଓ ୪ବାଇକ ଜବତ, ୧ ଗିରଫ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ)
ଘଣ୍ଟାପଡ଼ା ଥାନା ପକ୍ଷରୁ ଚଢଉ କରାଯାଇ ୨୫.୯୫୦ କେଜି ଗଞ୍ଜେଇ, ଚାରୋଟି ବାଇକ୍ ଜବତ କରିବା ସହିତ ଜଣେ ବ୍ୟକ୍ତିକୁ ପୁଲିସ ଗିରଫ କରିଛି l ସୂଚନା ପ୍ରକାରେ ନାରାୟଣ ପ୍ରସାଦ ପାହାଡ଼ ରାସ୍ତାରେ ଘଣ୍ଟାପଡ଼ା ପୁଲିସ ଚଡ଼ାଉ କରି ୨୫.୯୫୦ କେଜି ଗଞ୍ଜେଇ ଓ ଚାରୋଟି ବାଇକ୍ ଜବତ କରିବା ସହ ଏହି ଘଟଣା ରେ ଜଣେ ଯୁବକକୁ ପୁଲିସ ଗିରଫ କରିଛି l ଗିରଫ ବ୍ୟକ୍ତି ଜଣକ ଆମ୍ବଗାଁ ପଞ୍ଚାୟତ ଅନ୍ତର୍ଗତ ଦେଢେଣମାଲ ଗ୍ରାମ ର ବିପିନ ବେହେରା(୩୫) ବୋଲି ପୁଲିସ କହିଛି l ସେ ତାଙ୍କର ସହଯୋଗୀଙ୍କ ସହିତ ବାଇକ୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ପୁଲିସ ଖବର ପାଇ ଥିଲା । ଏହାପରେ ପୁଲିସ ନାରାୟଣପ୍ରସାଦ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିଲା l ବାଇକ ଆରୋହୀଙ୍କୁ ଅଟକାଇ ଯାଞ୍ଚ କରୁଥିବା ବେଳେ ଯୁବକମାନେ କୌଶଳ କ୍ରମେ ଫେରାଲ ହୋଇଥିବା ବେଳେ ଏକ ବସ୍ତାରେ ଗଞ୍ଜେଇ ଧରି ପଛ ପଟେ ବସି ଥିବା ବିପିନ ବେହେରାକୁ ପୁଲିସ ଗିରଫ କରିଥିଲା l ଜବତ ଗଞ୍ଜେଇ ଓଜନ କରିବାରୁ ୨୫.୯୫୦ କେଜି ବୋଲି ଜଣା ପଡିଛି l ଏନେଇ ଘଣ୍ଟାପଡ଼ା ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋଟ ଚାଲାଣ କରାଯାଇଛି ଓ ଫୋରାର ଅଭିଯୁକ୍ତ ମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ କରୁଛି ବୋଲି ଥାନାଧିକାରୀ ନରସିଂହ ମହାପାତ୍ର ସୂଚନା ଦେଇଛନ୍ତି ।
What's Your Reaction?






