ଜିଲ୍ଲା ସ୍ତରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ବଂଶୀଧର ମାଝୀଙ୍କୁ ମିଳିବ ବୌଦ୍ଧ ପୁସ୍ତକମେଳା ସମ୍ମାନ

Nov 23, 2024 - 06:42
Nov 23, 2024 - 06:43
 0  8
ଜିଲ୍ଲା ସ୍ତରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ବଂଶୀଧର ମାଝୀଙ୍କୁ ମିଳିବ ବୌଦ୍ଧ ପୁସ୍ତକମେଳା ସମ୍ମାନ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ)

ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍‌ ବୌଦ୍ଧ ତରଫରୁ ଊନବିଂଶ ବୌଦ୍ଧ ପୁସ୍ତକମେଳା ଆସନ୍ତା ଡିସେମ୍ବର ୩ ରୁ ୧୦ ତାରିଖ ଯାଏଁ କଚେରୀ ଖେଳପଡିଆରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଚଳିତବର୍ଷ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧିତ କରିବାପାଇଁ ସେମାନଙ୍କ ନାମ ଘୋଷଣା କରାଯାଇଛି । ଡିସେମ୍ବର ୮ ତାରିଖରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍‌ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଜିଲ୍ଲାସ୍ତରରେ ପୁସ୍ତକମେଳା ସମ୍ମାନରେ ସାମ୍ବାଦିକତା କ୍ଷେତ୍ରରେ ମୁଦ୍ରିତ ଗଣମାଧ୍ୟମରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ବଂଶୀଧର ମାଝୀଙ୍କୁ ସମ୍ବର୍ଦ୍ଧିତ କରିବା ନେଇ ଫୋରମ୍ ପକ୍ଷରୁ ସୂଚନା ମିଳିଛି l ସୂଚନାଯୋଗ୍ୟ ଯେ ଶ୍ରୀ ମାଝୀ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟା, ସଂସ୍କୃତି, ପରମ୍ପରା ଆଦି ବିଷୟରେ ଖବର ପ୍ରକାଶନ କରି ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି l ତାଙ୍କୁ ପୁସ୍ତକମେଳା ସମ୍ମାନରେ ସମ୍ମାନିତ କରାଯାଉଥିବା ସୂଚନା ପାଇବାପରେ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଙ୍ଘ ଓ ମାନବ ସେବା ସଦନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି l

What's Your Reaction?

like

dislike

love

funny

angry

sad

wow