ଏକ ନିର୍ଦିଷ୍ଟ ଘରୋଇ ଚ୍ୟାନେଲ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହି ଙ୍କ ନାଁ ରେ ମିଥ୍ୟା ଖବର ପ୍ରସାରଣ ନେଇ ବାଲିଗୁଡା ବିଜେପି ପକ୍ଷରୁ ପ୍ରେସ ମିଟ l

Sep 29, 2024 - 21:31
 0  38
ଏକ ନିର୍ଦିଷ୍ଟ ଘରୋଇ ଚ୍ୟାନେଲ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହି ଙ୍କ ନାଁ ରେ ମିଥ୍ୟା ଖବର ପ୍ରସାରଣ ନେଇ ବାଲିଗୁଡା ବିଜେପି ପକ୍ଷରୁ ପ୍ରେସ ମିଟ l

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 ଗତ ଅଗଷ୍ଟ ମାସ 30 ତାରିଖ କେରଳ ରେ ଦାଦନ ଭାବେ କାମ କରୁଥିବା ରେ ବାରଖମା ଗାଁ ବିଜନ୍ଦ୍ର ମଳିକ ଙ୍କ ମୃତ୍ୟୁ ପରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ହସ୍ତକ୍ଷେପ ପରେ ଜ଼ିଲ୍ଲା ପ୍ରଶାସନ ସହାୟତା ରେ ବିଜନ୍ଦ୍ର ଙ୍କ ଶବ କୁ ଗାଁ ରେ ପହଂଚି ଥିଲା l ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ପ୍ରେସ ବିଜ୍ଞପ୍ତି ପରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇ ଥିଲା l ଆଜି ଏକ ନିର୍ଦିଷ୍ଟ ଗଣ ମାଧ୍ୟମ ସଂସଦ ଙ୍କ ମିଥ୍ୟା ପ୍ରଚାର, ସାଂସଦ କୌଣସି ପ୍ରକାର ସାହାଯ୍ୟ କରି ନାହାନ୍ତି ବୋଲି ଖବର ପ୍ରସାରଣ ପରେ ବାଲିଗୁଡା ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ଏହା କୁ ନେଇ ବାଲିଗୁଡା ନଗର ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀ କରିଛି l ଏକ ଘରୋଇ ନିୟୁଜ ଚ୍ୟାନେଲ ସାଂସଦ ଙ୍କ ପ୍ରତିକ୍ରିୟା ନ ନେଇ ଏକ ପାଖିଆ ଖବର ପରିବେଷଣ କରିଥିବାରୁ ତୀବ୍ର ନିନ୍ଦା କରିଛନ୍ତି ବ୍ଲକ ସାଂସଦ ପ୍ରତିନିଧି ରଂଜିତ ସାହୁ ଶବ ଆସିବା ଦିନ ଶବ ନେଇ ଆସିଥିବା ଆମ୍ବୁଲାନ୍ସ ଙ୍କୁ ଟଙ୍କା ପୈଠ କରି ଥିବାର ପ୍ରମାଣ ଦେଖାଇ ଥିଲେ l ଏନେଇ ବ୍ଲକ ସାଂସଦ ପ୍ରତିନିଧି ରଂଜିତ କୁମାର ସାହୁ,ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ଏବଂ ପୂର୍ବତନ ବାଲିଗୁଡା ବ୍ଲକ ଅଧକ୍ଷ ରବିଚନ୍ଦ୍ର ପାଳ ଘରୋଇ ଚ୍ୟାନେଲ ମିଥ୍ୟା ଖବର ପ୍ରସାରଣ ରୁ ନିବୃତ ହେବାକୁ କହିଥିଲେ l

What's Your Reaction?

like

dislike

love

funny

angry

sad

wow