ମେଣ୍ଡାକୁ ବ୍ଲକ ଦାବୀ ଜୋର ଧରୁଛି କେନ୍ଦ୍ରମନ୍ତ୍ରୀ ଓ ପଂଚାୟତୀ ରାଜ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପ୍ରତିନିଧିମଣ୍ଡଳୀ

Sep 14, 2025 - 21:43
 0  20
ମେଣ୍ଡାକୁ ବ୍ଲକ ଦାବୀ ଜୋର ଧରୁଛି  କେନ୍ଦ୍ରମନ୍ତ୍ରୀ ଓ ପଂଚାୟତୀ ରାଜ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପ୍ରତିନିଧିମଣ୍ଡଳୀ

ବଲାଙ୍ଗୀର :ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)

 ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ସର୍ବପୁରାତନ ଓ ସର୍ବବୃହତ ମେଣ୍ଡା ଗ୍ରାମକୁ ଏକ ବ୍ଲକ କରିବା ଦାବି ନେଇ ମେଣ୍ଡା ଗ୍ରାମବାସୀ ଓ ଆଖପାଖରେ ଥିବା ପଞ୍ଚାୟତ ର ଏକ ପ୍ରତିନିଧି ମଣ୍ଡଳୀ ରବିବାର କେନ୍ଦ୍ର ଶିକ୍ଷମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ସମ୍ବଲପୁର ସ୍ଥିତ ବାସଭବନ ଓ ଓଡ଼ିଶାର ପଂଚାୟତି ରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକଙ୍କୁ ସମ୍ବଲପୁର ସର୍କିଟ ହାଉସ ରେ ଭେଟିବା ଶହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l

  ମେଣ୍ଡା ଗ୍ରାମବାସୀ ଙ୍କ ଦାବୀ ଯେ ମେଣ୍ଡା କୁ ଏକ ବ୍ଲକ କଲେ ଆଖପାଖ ଥିବା ଅଞ୍ଚଳ ର ବହୁ ପଞ୍ଚାୟତ ଯଥା_ ମେଣ୍ଡା, ଦେଉଳପଦର,ରାଣୀସଡା , ପୁଅl, ପାଇକବାହାଲ,ଜରା ଜାରିଙ୍ଗ,ଶିବତୁଳା , ନାରାୟଣପୁର, ଛକୋରମାଳ ଗ୍ରାମପଞ୍ଚାୟତ ର ଜନସାଧାରଣ ଉପକୃତ ହୋଇ ପାରିବେ l ତା ସହ ମେଣ୍ଡା ଅଞ୍ଚଲ ସାମଗ୍ରିକ ଭାବରେ ମଧ୍ୟ ଉପକୃତ ହେବା ସହ ଉନ୍ନତି ହୋଇପାରିବ ବୋଲି ପ୍ରତିନିଧି ମଣ୍ଡଳୀ ସୂଚନା ଦେଇଛନ୍ତି ।ରାଜା ରାଜୁଡା ଅମଳରୁ ମେଣ୍ଡା ଏକ ଗଡଜାତ,ଉନ୍ନତ ସଂସ୍କୁତି ସମ୍ପନ୍ନ ତଥା ଐତିହାସିକ ସ୍ଥାନ ରୂପେ ପରିଚିତି ରହିଛି l ମେଣ୍ଡାଗାଁଟି ବ୍ଲକ ହେବାପାଇଁ ସମସ୍ତପ୍ରକାର ଯୋଗ୍ୟତା ଥିବା ଶହ ମେଣ୍ଡା ଅଂଚଳର ଅନେକ ଗାଁ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବାରୁ ଠିକ ହିସାବରେ ଉନ୍ନତି ହୋଇପାରିନଥିବା ଶହ ଉପେକ୍ଷିତ ହୋଇଛି ପଡ଼ିରହିଛି l ମେଣ୍ଡା ଯଦି ବ୍ଲକରେ ପରିଣତ ହୁଏ ତାହେଲେ ସାରା ଅଂଚଳର ଉନ୍ନତି ହୋଇପାରିବ ବୋଲି ପ୍ରତିନଧି ମଣ୍ଡଳୀ ମତ ପ୍ରକାଶ କରିଛନ୍ତି l ଅଜିର ଏହି ପ୍ରତିନିଧି ମଣ୍ଡଳୀ ରେ ଭିକାରି ମେହେର, ମୁକୁନ୍ଦ ସାହୁ,ସାମ୍ବାଦିକ ନରୋତ୍ତମ ମଲ୍ଲିକ,ବିଭୁତି ଝାଙ୍କର, ଗୋପାଳ କର୍ମୀ, ଭୁବନାନନ୍ଦ ବାଦୀ, ଅଶୋକ ବିଶି, ପଦ୍ମନାଭ ମଲ୍ଲିକ, ନନ୍ଦକିଶୋର ଦଣ୍ଡସେନା, ପ୍ରବୀର ମେହେର ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ l

What's Your Reaction?

like

dislike

love

funny

angry

sad

wow