ଗଞ୍ଜେଇ ଜବତ: ଦୁଇ ଆନ୍ତରାଜ୍ୟ ବେପାରୀ ଗିରଫ

ବାଲିଗୁଡା : ଲୋକ୍ ଆବାଜ୍.ଇନ୍( ପ୍ରମୋଦ କୁମାର ଦଣ୍ଡସେନାଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ପକ୍ଷରୁ ପେଟ୍ରୋଲିଂ ବେଳେ ଗଞ୍ଜେଇ ଜବତ ସହ ଦୁଇ ଆନ୍ତଃରାଜ୍ୟ ବେପାରୀ ଗିରଫ ହୋଇ ଥିବା ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳ ବାର ସକାଳ ସମୟରେ ରାଇକିଆ - ସାରଙ୍ଗ ଗଡ଼ ଛକରେ ଗଞ୍ଜେଇ ଚାଲାଣ କରିବା ପାଇଁ ଆସାମୀ ମାନେ ବସ କୁ ଅପେକ୍ଷା କରିଥିଲେ ପୋଲିସ ର ସନ୍ଦେହ ହେବାରୁ ଦୁଇ ଗଞ୍ଜେଇ ବ୍ୟବସାୟୀ ଙ୍କୁ ତଲାସୀ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ l ଦୁଇ ବ୍ୟବସାୟୀ ହେଲେ ପଶ୍ଚିମ ବଙ୍ଗ ସାଗର ପଡା ଥାନା ଅଞ୍ଚଳର ରିପୁନ ସେକ ଓ ଡୋମକଲ ଥାନାର ଖାଲେକ ସେକ । ହେଲେ ପେଟ୍ରୋଲିଂ କରୁଥିବା ଥାନା ଓଆଇସି ଅଶୋକ କୁମାର ତ୍ରିପାଠୀଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ମାନେ କ.ନୂଆଗାଁ ତହସିଲଦାର ରାମ କୃଷ୍ଣ ମିଶ୍ରଙ୍କ ଉପସ୍ଥିତିରେ ୨୧ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଏ ସକ୍ରାନ୍ତରେ ଥାନାରେ ୧୬୨/୨୪ ରେ ଏକ ଏନଡିପିଏସ ମାମଲା ରୁଜୁ କରି ଆସାମୀ ମାନଙ୍କୁ କୋର୍ଟକୁ ପଠାଇ ଥିବା ଥାନା ଅଧିକାରୀ ପି ସ୍ଵରୂପ କିଷେନ ପ୍ରକାଶ କରିଛନ୍ତି।
What's Your Reaction?






