ବିଧାୟକ ଙ୍କ ପ୍ରତିଶୃତି ପାଣିର ଗାର!!!!!! ଚବିଶି ବର୍ଷ ଶାସନ କ୍ଷମତା ପରେ ବି ଅନେକ ଗାଁ କୁ ରାସ୍ତା ନାହଁ lନିଜ ଗାଁ ରାସ୍ତା ନିଜେ ମରାମତି କଲେ ଗ୍ରାମବାସୀ.....

Oct 26, 2024 - 11:45
 0  35
ବିଧାୟକ ଙ୍କ ପ୍ରତିଶୃତି ପାଣିର ଗାର!!!!!! ଚବିଶି ବର୍ଷ ଶାସନ କ୍ଷମତା ପରେ ବି ଅନେକ ଗାଁ କୁ ରାସ୍ତା ନାହଁ lନିଜ ଗାଁ ରାସ୍ତା ନିଜେ ମରାମତି କଲେ ଗ୍ରାମବାସୀ.....

ବାଲିଗୁଡା: ଲୋକ ଆବାଜ.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ପୂର୍ବ ସରକାର ଦୀର୍ଘ ୨୪ ବର୍ଷ ଶାସନ କ୍ଷମତା ରେ ରହି ଆସୁଥିବା ବେଳେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଅନେକ ଗାଁ କୁ ରାସ୍ତା ନାହଁ, ବିଜୁଳି ଆଲୋକ ର ବ୍ୟବସ୍ଥା ହୋଇନି, ସ୍ୱଚ୍ଛ ପାନୀୟ ଜଳ ମୁନ୍ଦାଏ ମିଳୁନି, ଅଞ୍ଚଳବାସୀ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଙ୍କୁ ଦୁଇ ଯୋଜନ ହେବ ବିଧାୟକ ଭାବେ ନିର୍ବାଚିତ କରି ଆସୁଛନ୍ତି ତେବେ ଅଞ୍ଚଳ ର ସମସ୍ୟା ଯେଉଁ ତିମିର କୁ ସେଇ ତିମିର l ଆମେ କହୁଛୁ ବାଲିଗୁଡା ବ୍ଲକ କୁଟିକିଆ ପଞ୍ଚାୟତ ଅନ୍ତର୍ଗତ ର ପାଞ୍ଚ ଟି ଗାଁ କୁ ଆଜି ପର୍ଯ୍ୟନ୍ତ ଗମନାଗମନ ପାଇଁ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରିଲା ନାହିଁ।

କୁଟିକିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ବାଲିଗୁଡା ବିଧାୟକ ଚକ୍ରମଣି କହ୍ନର ଙ୍କ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଥିଲେ,ଗତ ନିର୍ବାଚନ ସମୟ ରେ ମଧ୍ୟ ବିଧାୟକ ମହୋଦୟ ପ୍ରତିଶୃତି ଦେଇଥିଲେ ତେବେ ସରକାର ଙ୍କ ତରଫରୁ କୈାଣସି ସୁବିଧା ମିଳି ନାହିଁ । ଯାହା ଫଳରେ ବର୍ଷା ଦିନେ ଆସିଲେ ଗମନାଗମନ ପାଇଁ ଜରୁରୀକାଳୀନ ସେବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଯୋଗୁଁ ଡମପଡା ଗ୍ରାମବାସୀ ଏକତ୍ରିତ ହୋଇ ରାସ୍ତା ମରାମତି କରିଛନ୍ତି। ପାଖାପାଖି ୧୨୦ ରୁ ଉର୍ଦ୍ଧ ପରିବାର ଏହି ଡମପଡା, ଗାଜୁରପଡ଼ି, ଡଗରାପାଙ୍ଗା, ଲାଇନପାଲି, ଗୁପ୍ତାପାଙ୍ଗା ରେ ବସବାସ କରନ୍ତି। ରାସ୍ତା ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ରାସ୍ତା ମରାମତି ପାଇଁ ଗ୍ରାମ ବାସୀ ପ୍ରଶାସନ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଥିଲେ କିନ୍ତୁ କୈାଣସି ଫଳପ୍ରଦ ହୋଇନଥିଲା। ଶେଷରେ ନିଜ କାମକୁ ନିଜେ କରିବା ପାଇଁ ନିଷ୍ପତ୍ତି ନେଇ ପ୍ରତି ଘରୁ ପୁରୁଷ, ମହିଳା ବାହାରି ରାସ୍ତା ମରାମତି କରିଛନ୍ତ। ନୂତନ ଲୋକଙ୍କ ସରକାର ମୋହନ ସରକାରଙ୍କ ଉପରେ ଭରସା କରି ଗ୍ରାମବାସୀ ନିବେଦନ କରିଛନ୍ତି ଯେ ଆଗାମୀ ଦିନରେ ଗ୍ରାମକୁ ଏକ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଗାଁ ର ଯୁବକ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଅନୁରୋଧ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow