ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣା ମ୍ୟାଚ..... ତୁର୍ଲାଖମନ ଦଳ ଚମ୍ପିୟାନ

କର୍ଲାମୁଣ୍ଡା:୭/୧୧(ଲୋକ ଆବାଜ. ଇନ ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଵୋରପଦର ପଞ୍ଚାୟତ ଅଗାଧୁପୁର ଠାରେ ଅଗାଧୁପୁର କ୍ରିକେଟ କମିଟି ପକ୍ଷରୁ ରାତ୍ରି କାଳୀନ କ୍ରିକେଟ ଟୁର୍ନାମେଣ୍ଟ ର ବୁଧବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଫାଇନାଲ ମ୍ୟାଚ ଟି ତୁର୍ଲାଖମନ ଓ ବଲାଙ୍ଗୀର ଜିଲ୍ଲାର ଦୁହେଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁହେଲ ଦଳ କୁ ପରାସ୍ତ କରି ତୁର୍ଲାଖମନ ଦଳ ଚମ୍ପିୟାନ ହୋଇଥିଲା। ବିଜୟୀ ଓ ଉପ ବିଜୟୀ ଦଳ କୁ ନଗଦ ରାଶି ସହ ଟ୍ରଫି ପ୍ରଦାନ କରଯାଇଥିଲା।
ଏହି ଅବସରରେ ମୁଖ୍ୟଅତିଥି ଭାବେ ମୂଇ କଳାହାଣ୍ଡିଆ ଫର କଳାହାଣ୍ଡି ସଂଗଠନ ର ଲଷ୍ମୀ ନାରାୟଣ ପଣ୍ଡା, ସମାଜ ସେବୀ ଡୋଲାମଣୀ ଭୋଇ , ଏସ ସି ମୋର୍ଚ୍ଚା ବିଜେପି ଜିଲ୍ଲା ସଭାପତି ଗଣେଶ କୁମାର,ପୂର୍ବତନ ବିଜେଡି ବ୍ଲକ ସଭାପତି ଯୁଗଳ କିଶୋର ନାଏକ, ୱାର୍ଡ ମେମ୍ବର ସଂକୀର୍ତ୍ତନ ମାଝୀ, ପୂର୍ବତନ ୱାର୍ଡ ମେମ୍ବର ଶାନ୍ତନୁ କୁମାର,ସାମ୍ବାଦିକ ପ୍ରଦୀପ କୁମାର ସାହୁ, ବୋରପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ସୁବାଷ ସାହୁ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଟୁର୍ନାମେଣ୍ଟ ଆୟୋଜନ କମିଟି ର ରୀଙ୍କୁ ବେହେରା,ଗୁଡୁ ନାଏକ,ବାବୂବାହନ ଭୋଇ,ସୁଖୀ ମାଝୀ, ସୋନୁ କୁମାର,ଲୁନା କୁମାର,ଶେଷ ଦେବ ସାହୁ,ଉମାକାନ୍ତ ବାଗ,ମଧୁରଣା,ଏମ୍ପାୟାର ଦେବାଳୟ ରଣା, ଅଶ୍ୱିନୀ ଛତ୍ରୀଆ,ହୀରାମଣି ଭୋଇ,ଧାରବିବରଣୀ ବଳରାମ ରଣା ଙ୍କ ସମେତ ଅଗାଧୁପୁର ଗ୍ରାମବାସୀ ସହଯୋଗ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଉକ୍ତ ତୁର୍ଣ୍ଣାମେଣ୍ଟ ମ୍ୟାଚ ଟି ଶନିବାର ଠୁଁ ଆରମ୍ଭ ହୋଇଥିଲା ଓ ଏଥିରେ କଳାହାଣ୍ଡି, ବଲାଙ୍ଗୀର ଜିଲ୍ଲାର ୩୨ ଟି ଦଳ ଅଂଶ ଗ୍ରହଣ କରିଥିଲେ।
What's Your Reaction?






