ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛ ଭାରତ ଦିବସ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

Oct 10, 2025 - 22:01
 0  20
ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛ ଭାରତ ଦିବସ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ଖାଦ୍ୟ ପରଶିବା ସହ ସ୍ୱଚ୍ଛସାଥିଙ୍କ ସହ ଭୋଜନ କଲେ ଜିଲ୍ଲାପାଳ ଓ ଏସପି

ସୁବର୍ଣ୍ଣପୁର: ଲୋକ୍ ଆବାଜ୍. ଇନ୍ (ମନୋରଞ୍ଜନ ତ୍ରିପାଠୀ)

 ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛ ଭାରତ ଦିବସ ସହ ପୁରସ୍କାର ବିତରଣ "ସ୍ୱଚ୍ଛ ଉତ୍ସବ" ୨୦୨୫ ସ୍ଥାନୀୟ ନୂଆଁ ଟାଉନହଲ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରାଜେନ୍ଦ୍ର ମାଝୀ, ଉପ ଜିଲ୍ଲାପାଳ ସୋମ୍ୟାରୁପା ରଥ, ପୌର ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ, ସି ଡି ଏମ ପି ଏଚ ଓ ଉଷାରାଣୀ ଦାଶ ଯୋଗଦାନ କରି ସ୍ବଚ୍ଛତା ବାର୍ତ୍ତା ପ୍ରଦାନ କରିଥିଲେ l ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ଋଷି ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଓ ସମସ୍ତ ଅତିଥି ସ୍ୱଚ୍ଛ ଭାରତ ଦିବସ ପାଳନ ଅବସରରେ ଉପସ୍ଥିତ ସୋନପୁର ସହରର ଜନସାଧାରଣଙ୍କୁ ନିଜ ନିଜ ପରିବେଶ, ସାହି, ସହର ସ୍ବଚ୍ଛ ରଖି ଏକ ସୁସ୍ଥ ବାତାବରଣ ସୁସ୍ଥ ସମାଜ ଗଠନ ଦିଗରେ ପୌର ଓ ଜିଲ୍ଲା ପ୍ରଶାସନ କୁ ସହଯୋଗ କରିବାକୁ ନିବେଦନ କରିଥିଲେ l ସ୍ୱଚ୍ଛ ଭାରତ ସାମାଜିକ ସଙ୍ଗଠନ ର କୋଡିନେଟର ମନୋରଂଜନ ତ୍ରୀପାଠୀ ସଂଗଠନର ୧୨ ବର୍ଷ ର ସ୍ବଚ୍ଛତା ସେବା କାର୍ଯ୍ଯର ଅନୁଭୂତି କହି ସମସ୍ତ ଙ୍କୁ ସଚେତନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସୋନପୁର ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଜନସାଧାରଣ, ପୌର ପରିଷଦ କାଉନସିଲର, କର୍ମଚାରୀ ବୃନ୍ଦ, ସ୍ୱଚ୍ଛ ସାଥୀ, ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ସୁବର୍ଣ୍ଣପୁର ଅର୍ଜୁନ ମାଝୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l ସାନିଟାରୀ ଇନ୍ସପେକ୍ଟର ଅଜୟ ସ୍ୱାଇଁ, ମୂଖ୍ୟ କିରାଣୀ ଗଜେନ୍ଦ୍ର ଗୁରୁ, ଭବାନୀ ଶଙ୍କର ଦାଶ, ଜେଇ ଦେବାଶିଷ ଭୂୟାଁ, କାହ୍ନୁଚରଣ ସ୍ୱାଇଁ ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ଏହି ଅବସର ରେ ସ୍ୱଚ୍ଛ ଭାରତ ଦିବସ - ସ୍ୱଚ୍ଛ ଉତ୍ସବ - ୨୦୨୫ ପାଳନ ଉପଲକ୍ଷେ ସୋନପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ରଚନା ଲିଖନ, ବକ୍ତୃତା, ଚିତ୍ରାଙ୍କନ ଅନ୍ୟାନ୍ୟ ପ୍ରତିଯୋଗିତା ର କୃତୀ ଛାତ୍ରଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଏହି ଅବସରରେ ସୋନପୁର ମ୍ୟୁନିସିପାଲିଟିର ସ୍ୱଚ୍ଛସାଥୀ ମାନଙ୍କୁ ଓ ଉଦ୍ଘୋଷକ ଭାଗିରଥି ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ଶାଶ୍ଵତ ତ୍ରୀପାଠୀ ଓ ରୁମକୁଝୁମାନା ସାଂସ୍କୃତିକ ଅନୁଷ୍ଠାନ କଳାକାର ଙ୍କ ଦ୍ଵାରା ମେଲୋଡି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସଭା ଶେଷରେ ଉପସ୍ଥିତ ସମସ୍ତଙ୍କୁ "ବଡାଖାନା" କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟାହ୍ନ ଭୋଜନ ଦ୍ଵାରା ଆପ୍ୟାୟିତ କରାଯାଇଥିଲା l ଜିଲ୍ଲାପାଳ ଓ ଏସପି ଖାଦ୍ୟ ପରଶିବା ସହ ସମସ୍ତ ଅତିଥି, ସାଧାରଣ ଲୋକ, ସ୍ୱଚ୍ଛସାଥୀ, ସୁଇପର ମାନଙ୍କ ସହିତ ଧାଡ଼ି ରେ ରହି ମଧ୍ୟାହ୍ନ ଭୋଜନରେ ସାମିଲ ରହି ସବୁଆଡେ ବୁଲି ବୁଲି ଖାଦ୍ୟର ମାନ ବୁଝିବା ସହ ସ୍ବାଦ ପରଖିଥିଲେ l

What's Your Reaction?

like

dislike

love

funny

angry

sad

wow