ଗୁରୁଦେବ ଶ୍ରୀ ରାମ ଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଙ୍କ ପରିଦର୍ଶନ
କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଶୀଶାଖାଲ ଠାରେ ଥିବା ଗୁରୁଦେବ ଶ୍ରୀ ରାମ ଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମୁରଲୀଧର ମାଝୀ ଓ ଷ୍ଟେନୋ ଗ୍ରାଫର ସଂଜୀବ ସେଠ ସୋମବାର ପ୍ରଦର୍ଶନ ଆସିଥିଲେ। ଯୁକ୍ତ ତିନି କଲେଜ ଖୋଲିବା ପାଇଁ କଲେଜ ପକ୍ଷରୁ କରିଥିବା ଆବେଦନ କୁ ନେଇ ଭିତ୍ତିଭୂମି ଓ କାଗଜ ପତ୍ର ଯାଞ୍ଚ କରିବା ସହ ଯୁକ୍ତ ତିନି ଖୋଲିବା ନେଇ ଅନୁମତି ପ୍ରଦାନ କରାଯିବା କୁ ସଂକେତ ଦେଇଥିବା କଲେଜ କତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଯାଞ୍ଚ ସମୟରେ କଲେଜ କମିଟି ର କର୍ମକର୍ତ୍ତା, ଅଧ୍ୟାପିକା, ଅଧ୍ୟାପକ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
What's Your Reaction?