ବୁଢାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହାସମାରୋହ ବାର୍ଷିକ ଉତ୍ସବ ଉଦଯାପିତ

Feb 3, 2026 - 18:15
 0  256
ବୁଢାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହାସମାରୋହ ବାର୍ଷିକ ଉତ୍ସବ ଉଦଯାପିତ

 ସଇଁତଲା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ)                                

 ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କରମତଲା ସ୍ଥିତ ବୁଢାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଙ୍ଗଳବାର ୪୩ ତମ ବାର୍ଷିକ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଛାତ୍ରୀମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କରିବା ସହ ଗଣେଶ ବାବାଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ଜଳନ କରି ମୁଖ୍ୟଅତିଥି ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ କୁମାର ଯୋଶୀ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ଉକ୍ତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଦ୍ୱିତୀକୃଷ୍ଣ ପଧାନଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଚଣ୍ଡାଳ ମିଶ୍ର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ହିମାଞ୍ଚଳ ବୁଡ଼େକ, କରମତଲା ସରପଞ୍ଚ ତିଲୋତ୍ତମା ବାଗ, ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ଶିକ୍ଷକ ସୁରେଶ ମିଶ୍ର, ପଞ୍ଚସଖା ଶିକ୍ଷା ସେତୁ ର ସଭାପତି ରାଜ କିଶୋର ସିଂ ବୁଡ଼େକ ଓ ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସେଲମା ପ୍ରମୁଖ ଯୋଗଦାନ କରି ବିଦ୍ୟାଳୟ ହେଉଛି ମଣିଷ ଗଢ଼ା କାରଖାନା ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ l

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଶିକ୍ଷକ ଜଗଦିଶ ଚନ୍ଦ୍ର ମିଶ୍ର ପରିଚାଳନା କରିଥିବା ବେଳେ ଶିକ୍ଷକ ହେମନ୍ତ କରଣ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ପରିପେକ୍ଷୀରେ ଶିକ୍ଷୟିତ୍ରୀ ରୀନା କଲେତ, ପ୍ରେମଜିତ ପଇତାଳ, କମଳାକାନ୍ତ ସାହୁ ଓ ସୁନୀଲ ଭୋଇଙ୍କ ତତ୍ତ୍ୱବଧାନରେ ବିଦ୍ୟାଳୟ ତରଫରୁ ଚଳିତ ବର୍ଷ ୨୦୨୬ ସଇଁତଲା ବ୍ଲକସ୍ତରୀୟ ଗଣତନ୍ତ୍ର ଦିବସରେ ଆଦର୍ଶ ପ୍ରଧାନ ଶିକ୍ଷକ ଭାବରେ ସମ୍ମାନିତ ହୋଇଥିବା ଦ୍ୱିତୀକୃଷ୍ଣ ପଧାନ , ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଶିକ୍ଷକ ଜଗଦିଶ ଚନ୍ଦ୍ର ମିଶ୍ର, ବିଦ୍ୟାଳୟ ଆଦର୍ଶ ଛାତ୍ର ଭାବରେ ବିବେକାନନ୍ଦ ରଣାଙ୍କୁ ଚଳିତ ବର୍ଷ ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ପୂର୍ଵରୁ ହୋଇଥିବା ପ୍ରବନ୍ଧ, କୁଇଜ, ରଙ୍ଗୋଲି, ସଂଗୀତ ଓ ରଚନା ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଏହି ଉତ୍ସବରେ ଶିକ୍ଷୟତ୍ରୀ ରାଧାରାଣୀ ଶତପଥି, ଗଣନାଥ ବୁଡ଼େକ, ଚନ୍ଦା ଚରଣ ସେଠ, ବିବେକାନନ୍ଦ ସୁନାନୀ, ସୁରେଶ ପଧାନ, ରେଶମ ଗଡ଼ତ୍ୟା, ପ୍ରତ୍ୟୁଷ ସୁପକାର, ପ୍ରତିଭା ମନହୀରା, ଦୀପାଞ୍ଜଳି ସାହୁ, ଭକ୍ତ ବାଗ, ଅନୁବ୍ରତ ପ୍ରଧାନ, ନୀଳିମା ଚନ୍ଦନ, ରଶ୍ମିତା ବେମାଲ, ବିଶ୍ୱରଞ୍ଜନ ଆଚାଯ୍ୟ ଓ ପିତାମ୍ବର ବୁଡ଼େକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ମନୋରଞ୍ଜନ ପରିବେଷଣ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ରହିଥିଲା l

What's Your Reaction?

like

dislike

love

funny

angry

sad

wow