ଗ୍ରାମାଞ୍ଚଳ ରେ ଚୋରା ଦେଶୀ ବିଦେଶୀ ମଦ କାରବାର ବୃଦ୍ଧି ...........ପୋଲିସ ଓ ଅବକାରୀ ବିଭାଗ ଚୁପ୍

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ବଣପାହାଡ଼ ଘେରା ଉପାନ୍ତ ଅଞ୍ଚଳରେ ଦେଶୀ ମହୁଲି ମଦ୍ୟପଙ୍କ ସଂଖ୍ୟା ଅଧିକ। ଏଥିପାଇଁ ଘରେ ଘରେ ଭରପୂର କଞ୍ଚାମାଲ ଗଚ୍ଛିତ ରହିବା ସହ ମଦ ରନ୍ଧା ସରଞ୍ଜାମ ମଧ୍ୟ ପ୍ରସ୍ତୁତ ହୋଇ ରହିଛି।
ଏଠାରେ ଅଧିକାଂଶ ପରିବାର ପ୍ରଚୁର ପରିମାଣର ମହୁଲ ଫୁଲ, ବାଖର (ରାନୋ ଗଛର ଚେର ଓ ଅରୁଆ ଚାଉଳ ଗୁଣ୍ଡ ମିଶ୍ରିତ ବାଟି ଆକୃତି ସ୍ବତନ୍ତ୍ର କଠିନ ଗୋଲକ), ଚାଉଳ, ଗୁଡ଼, ୟୁରିଆ ସାର ଇତ୍ୟାଦି ପର୍ଯ୍ୟାପ୍ତ ପରିମାଣର ଯୋଗାଡ଼ କରି ରଖିଛନ୍ତି। ଏହି ଉପାୟରେ ମଦ୍ୟପ ଶ୍ରେଣୀଭୁକ୍ତ ବ୍ୟକ୍ତି ଓ ମାଫିଆମାନେ ବିକଳ୍ପ ବ୍ୟବସ୍ଥାରେ ନିଜ ନିଜ ଇଛାକୁ ଚରିତାର୍ଥ କରିପାରୁଥିବା ଦେଖିବାକୁ ମିଳିଛି। ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅଭ୍ୟାସଗତ ମଦ୍ୟପଟିଏ ନିଶା ପାଇଁ ଆଉ ଦୂରରେ ଥିବା ଭାଟି କିମ୍ବା ଚୋରା ମଦ ଦୋକାନ ପର୍ଯ୍ୟନ୍ତ ଯାଉନି। ମଦ ପ୍ରସ୍ତୁତି କ୍ଷେତ୍ରରେ ସେ ସ୍ବାବଲମ୍ବୀ ହୋଇପାରିଛି। ନିଜ ଘରେ ନିୟମିତ ମଦ ରାନ୍ଧି ସେ ଆବଶ୍ୟକତା ମେଣ୍ଟାଇ ପାରୁଛି କିନ୍ତୁ ଅପମଶ୍ରିତ ଦେଶୀ ମଦ ଓ ଚୋରା ବିଦେଶୀ ମଦ ବହୁଳ ମାତ୍ରା ରେ ଗାଁ ଗାଁ ରେ ବିକ୍ରି ହେଉଛି ଫଳରେ ଗାଁ ଗାଁ ରେ ପାରିବାରିକ ହିଂସା ଅଶାନ୍ତି ଓ ସାମାଜିକ ଅସ୍ଥିରତା ସୃଷ୍ଟି ହେଉଛି l ମଦ୍ୟ ପାନ କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅକାଳେ ମୃତ୍ୟୁ ବରଣ କରୁଛନ୍ତି jଏହିଭଳି ଅଭିଯୋଗ ଆସିଛି ବାଲିଗୁଡା ଥାନା ଆନ୍ତର୍ଗତ ଆଡିମାହା ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗାଁ ରେ l ଏନେଇ ଗ୍ରାମବାସୀ ବହୁବାର ସ୍ଥାନୀୟ ଥାନା ଓ ଅବକାରୀ ବିଭାଗ କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯାନୁଷ୍ଠାନ ନିଆଯାଉ ନଥିବା କହିଛନ୍ତି ଗାଁ ର ମହିଳା ସଂଗଠନ ତେବେ ଅବକାରୀ ବିଭାଗ ଓ ପୋଲିସ କେବେ କାର୍ଯାନୁଷ୍ଠାନ ନେଉଛି ତାହା ସମସ୍ତେ ଅପେକ୍ଷା କରିଛନ୍ତି l
What's Your Reaction?






