ଘଣ୍ଟାପଡ଼ା ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାବଣ ଦରବାର ଉଦଘାଟିତ ।

Oct 10, 2024 - 19:20
 0  6
ଘଣ୍ଟାପଡ଼ା ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାବଣ ଦରବାର ଉଦଘାଟିତ ।

କଣ୍ଟାମାଳ : ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା ଗ୍ରାମରେ ସାର୍ବଜନୀନ ଦୁର୍ଗାପୂଜା ପାଳିତ ହୋଇ ଆସୁଅଛି। ଗତ ବର୍ଷଠାରୁ ଏକ ଆଡମ୍ବରପୂର୍ଣ୍ଣ ଯାତ୍ରା ପାଇଁ ଘଣ୍ଟାପଡ଼ା ପୂଜା କମିଟିର ଉଦ୍ୟମକୁ ଚଳିତ ବର୍ଷ ରାବଣ ଦରବାର ସହିତ ମୀନାବଜାରର ଆୟୋଜନ କରାଯାଇଛି।

ପାଞ୍ଚଦିନ ଧରି ହେବାକୁଥିବା ରାବଣ ଦରବାରକୁ ଅନୁଷ୍ଠାନିକଭାବେ ଅତିଥିଙ୍କ ଦ୍ଵାରା ଉଦଘାଟନ ହୋଇଥିଲା। ତାପରେ ଆରମ୍ଭ ହୋଇଥିଲା ପଲସାଗୋରା ର ମା' ଭୈରବୀ କଳା ପରିଷଦର କଳାକାର ଦ୍ଵାରା ରାମାୟଣ ବିଷୟ ବସ୍ତୁ ଆଧାରରେ ଲଙ୍କାପୁରରେ ରାଜୁତି କରୁଥିବା କୁବେରଙ୍କୁ ପରାସ୍ତ କରି ରାବଣ ସିଂହାସନ ଆରୋହଣ, ରାବଣଙ୍କ ଦୌରାତ୍ମ୍ୟ, ଏଥିରେ ଅତିଷ୍ଠ ଓ ଭୟଭୀତ ହୋଇ ଦେବଗଣ ଲୋକେ ନାରଦଙ୍କ ଦ୍ଵାରା ବିଷ୍ଣୁଙ୍କଠାରେ ପ୍ରାର୍ଥନା, ବିଷ୍ଣୁଙ୍କ ରାମ ଅବତାର, ଶିବଧନୁ ଭଗ୍ନ, ସୀତା ବିବାହ ଆଦି ନାଟକ ପରିବେଷଣ ହୋଇଥିଲା। ପ୍ରଥମ ଦିବସର ରାବଣଙ୍କ ଅନୁମତି କ୍ରମେ ରାଜକୀୟ ଅତିଥିଭାବେ ପୂର୍ବତନ କଣ୍ଟାମାଳ ବିଧାୟକ ମହିଧର ରଣା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଜମିଦାର ବସନ୍ତ ମାଝୀ, ବ୍ଲକ୍ ବିଜେଡ଼ି ସଭାପତି ପ୍ରେମ ରାଜ ରଣା, ବରିଷ୍ଠ ଓକିଲ ମନୋଜ ଶର୍ମା, ଘଣ୍ଟାପଡ଼ା ସରପଞ୍ଚ ରୀତା କହଁର, ଘଣ୍ଟାପଡ଼ା ହାଇସ୍କୁଲର ପ୍ରଧାନଶିକ୍ଷକ ପିତବାସ ପଣ୍ଡା, ନୂଆପାଲି ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଅନନ୍ତ କ୍ଷେତି, ପ୍ୟାକ୍ସ ସଭାପତି ମାନୁ ରଣା, ସଂପାଦକ କର୍ଣ୍ଣ ରଣା, ଶିକ୍ଷାବିତ ନିଳାଚଳ ଭୋଇ, ଗ୍ରାମ୍ୟ କମିଟୀ ଉପଦେଷ୍ଠା ସୁଶାନ୍ତ ମାଝୀ, ୱାର୍ଡ ସଭ୍ୟ ବିଶ୍ଵାମିତ୍ର ମାଝୀ ପ୍ରମୁଖ ଯୋଗ ଦେଇ ଘଣ୍ଟାପଡ଼ା ଭଳି ଗ୍ରାମରେ କଳାକାର ମଞ୍ଚ ପାଇଁ ବହୁତ ପ୍ରଶଂସା କରିଥିଲେ। ଦର୍ଶକମାନେ ଉପସ୍ଥିତି ରହି ନାଟକ ସହ ମୀନାବଜାର ଦେଖିଥିଲେ । ବିରେନ୍ଦ୍ର ପ୍ରସାଦ ଦେହୁରୀ ମଞ୍ଚ ପରିଚାଳନା କରିଥିଲେ। ସୁପ୍ରସିଦ୍ଧ କଳାକାର ମନୋଜ ମହାନ୍ତିଙ୍କ ରାବଣ ଭୂମିକାକୁ ଦର୍ଶକ ବହୁ ପ୍ରଶଂସା କରିଥିଲେ। ପୁଲିସଓ ପୂଜା କମିଟି ସଦସୀଙ୍କ ସୁରକ୍ଷାରେ ଶାନ୍ତିଶୃଙ୍ଖଳାର ସହିତ ଦର୍ଶକ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ କୁନିକୁନି କଳାକାରଙ୍କ ନାଚଗୀତ ଓ ନାଟକକୁ ଉପଭୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow