କୁଲିଙ୍ଗା ମାଲ ସେବାଶ୍ରମର ବାର୍ଷିକ ଉତ୍ସବ

ନୂଆପଡ଼ା - ଲୋକ ଆବାଜ୍.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କୁଳିଙ୍ଗା ମାଲ ସେବାଶ୍ରମରେ ଶିକ୍ଷକ ରଥି ମେହେରଙ୍କ ସଭାପତିତ୍ୱରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୪-୨୫ ଆୟୋଜିତ ହେଇଯାଇଛି ।ଉତ୍ସବରେ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ରୂପେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କ୍ଷଣପ୍ରଭା ପାଣିଗ୍ରାହୀ ଅଳଙ୍କୃତ ଥିଲେ ।ବିଶିଷ୍ଟ ଅତିଥି ରୂପେ ସମାଜ ସେବୀ ଘନଶ୍ୟାମ ତାଣ୍ଡି,ସମ୍ମାନିତ ଅତିଥି ଭାବରେ ସ୍ଵେଚ୍ଛା ସେବୀ ସୁଦର୍ଶନ ତାଣ୍ଡି, ଝସ କେତନ ମାଝୀ,ଭୁବନେଶ୍ୱର ଜାଲ,ବିଦ୍ୟାଳୟ ପ
ରିଚାଳନା କମିଟି ଚେୟାରମ୍ୟାନ ନାରାୟଣ ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ସୁନାନି ବିଦ୍ୟାଳୟର ବିବରଣୀ ପଠନ କରିବା ସହିତ ନିଜ ସୁନ୍ଦର ଶବ୍ଦ ସଂଯୋଜନାରେ ମଞ୍ଚ ପରିଚାଳନା କରିଥିଲେ ଏବଂ ତା'ରି ମଧ୍ୟରେ ଏହି ବିଦ୍ୟାଳୟରୁ ଅଧ୍ୟୟନ କରି ଅନେକ ଛାତ୍ର ଛାତ୍ରୀ ପ୍ରଶାସନିକ କ୍ଷେତ୍ରରେ ତଥା ଅନେକ ସରକାରୀ ବିଭାଗରେ ଚାକିରି କରୁଥିବା କଥା ଦୃଷ୍ଟିକୁ ଆଣିଥିଲେ ।ଏହି ବିଦ୍ୟାଳୟ ଅନେକ ଉତ୍ତମ ଛାତ୍ର ଛାତ୍ରୀ ନିର୍ମାଣ କରିଥିବା ସ୍ପଷ୍ଟ ପ୍ରମାଣ କରିଥିଲେ ।ସମସ୍ତ ଅତିଥି ଛାତ୍ର ଛାତ୍ରୀଙ୍କ ଜୀବନର ଦାୟୀତ୍ୱ ଉପରେ ଆଲୋକପାତ କରିବା ସହିତ ସେମାନଙ୍କ ଆଗାମୀ ଭବିଷ୍ୟତରେ ତାଙ୍କ କର୍ତ୍ତବ୍ୟ କ'ଣ ହେବା ଆବଶ୍ୟକ ତା'ରି ଉପରେ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇ ତାଙ୍କର ଶୁଭ କାମନା କରିଥିଲେ । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ହୋଇ ରହିଥିବା କଳାକୁ ଉଜ୍ଜୀବିତ କରି ସମାଜ ଆଗରେ ଛିଡ଼ା କରାଇବାର ଏକ ମାତ୍ର ପ୍ଲାଟଫର୍ମ ହେଉଛି ବାର୍ଷିକ ଉତ୍ସବ।ବିଦ୍ୟାଳୟରେ ଶୈକ୍ଷିକ ଦୃଷ୍ଟି କୋଣରୁ କ୍ଲାସ ଟପ୍ପର,ଉତ୍ତମ ଉପସ୍ଥାନ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଟ୍ରଫି ସହ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା ।ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଶିକ୍ଷକ ସୁନିତ କୁମାର ହଂସ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଉତ୍ସବରେ ଅନ୍ୟ ସେବା ଶ୍ରମରୁ ପ୍ରଧାନ ଶିକ୍ଷକ କମଳ ସିଂ ମାଝୀ,ନରେଶ ସୁନାନି,ଅଖିଳ ଧରୁଆ,ଡିସମ୍ବର ମେହେର ଯୋଗଦାନ କରିଥିବାବେଳେ କୁଲିଙ୍ଗାମାଲ ସେବାଶ୍ରମର ଶିକ୍ଷକ ଗୋବର୍ଦ୍ଧନ ହଂସ,ମେଟ୍ରନ ଲଳିତା ବାଗ ଏବଂ ଷ୍ଟାଫ ରେବତୀ ମାଝୀ,ମୂଳା ମାଝୀ, ତୁଳସେ ମାଝୀ,ସିନ୍ଦ୍ରେ ମାଝୀ,ଅଷ୍ଟମୀ ମାଝୀ ସମେତ ବିଦ୍ୟାଳୟର କମିଟି ସଦସ୍ୟ ସଦସ୍ୟା ତଥା ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
What's Your Reaction?






