ଘଣ୍ଟାପଡ଼ା ଥାନା ଓ ବିଏସ୍ଏଫ କ୍ୟାମ୍ପକୁ ପରିଦର୍ଶନ କଲେ ପୁଲିସ ଆଇଜି,
police DG visited Ghantapada police station and BSF Camp
ଘଣ୍ଟାପଡ଼ା ଥାନା ଓ ବିଏସ୍ଏଫ କ୍ୟାମ୍ପକୁ ପରିଦର୍ଶନ କଲେ ପୁଲିସ ଆଇଜି,
ବୌଦ୍ଧ,ଲୋକ୍ ଆବାଜ୍. ଇନ୍(ପୂର୍ଣ୍ଣ ଚରଣ ସାହୁ)
ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ଘଣ୍ଟାପଡ଼ା ଥାନା ଓ ଥାନା ସ୍ଥିତ ବିଏସ୍ଏଫ କ୍ୟାମ୍ପକୁ ପରିଦର୍ଶନ କଲେ ପୁଲିସ ବିଭାଗର ବ୍ରହ୍ମପୁର ମଣ୍ଡଳ ଆଇଜି ଜୟ ନାରାୟଣ ପଙ୍କଜ । ସେ ପ୍ରଥମେ ବିଏସ୍ଏଫ କ୍ୟାମ୍ପକୁ ଯାଇ ଯବାନଙ୍କ ସହିତବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ବର୍ତ୍ତମାନ ସ୍ଥିତିରେ ମାଓବାଦୀଙ୍କ ଗତିବିଧି ଉପରେ ପଚାରି ବି ପଚାରି ବୁଝିଥିଲେ। ତାପରେ ସିଧା ଥାନା ପ୍ରକୋଷ୍ଠକୁ ପ୍ରବେଶ କରି ସlମ୍ପ୍ରଦାୟୀକ ପରିସ୍ଥିତି ଉପରେ ପଚାରି ବୁଝିଥିଲେ।ଯଦିଓ ମାଓବାଦୀ ପ୍ରଭାବିତ ଅଞ୍ଚଳକୁ ନେଇ ଘଣ୍ଟାପଡ଼ା ଥାନା ହୋଇଛି । କିନ୍ତୁ ଏଠାରେ କର୍ମଚାରୀ ଅଭାବ । ଶିଘ୍ର ଖାଲି ପଡିଥିବା ପଦବୀ ପୂରଣ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ ପ୍ରସାଦ ଆଇଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଆଇଜିଙ୍କ ଏହି ପରିଦର୍ଶନ କାର୍ଯ୍ୟରେ ବୌଦ୍ଧ ଏସପିଙ୍କ ସହ ଏସ୍ଡିପିଓ କୂଳଦୀପ ମୀନା ମଧ୍ୟ ଆସିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି, ଏସ୍ଆଇ ବିଶ୍ଵାମିତ୍ର ଲୋଇ,ଏଏସ୍ଆଇ ପବିତ୍ର ମୋହନ ସାମଲ ଓ କନେଷ୍ଟବଲ ଉପସ୍ଥିତ ରହିଥିଲେ ।
What's Your Reaction?