ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ କଳଶ ଯାତ୍ରାରେ ଶହଶହ ଶ୍ରଦ୍ଧାଳୁ ଓ ସାଧୁ ସନ୍ଥ ଯୋଗ ଦେଲେ

Nov 18, 2024 - 07:42
 0  32
ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ  କଳଶ ଯାତ୍ରାରେ  ଶହଶହ ଶ୍ରଦ୍ଧାଳୁ ଓ ସାଧୁ ସନ୍ଥ ଯୋଗ ଦେଲେ

ବାଲିଗୁଡା ୧୭/୧୧ (ଲୋକ ଆବାଜ. ଇନ, ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ ) 

ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ପାର୍ଶ୍ଵ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଦ୍ଵିତୀୟ ଦିନ ରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶହଶହ ମହିଳା ମୁଣ୍ଡରେ କଳସ ଧରି ଜଗନ୍ନାଥ ମନ୍ଦିରରୁ ବାହାରି ଖଡଗ ନଦୀ ପର୍ଯ୍ୟନ୍ତ ଯାଇଥିଲେ ।

 ଏଥିରେ ବହୁ ସାଧୁ ସନ୍ଥ ,ପଣ୍ଡିତ ଓ ସ୍ଥାନୀୟ ଜନ ସାଧରଣ ସାମିଲ ହୋଇଥିଲେ । ଖଡଗ ନଦୀ ନିକଟରେ ବନଯାଗ ,ଅଧିବାସ ହୋଇଥିବା ବେଳେ ଓ ଯଜ୍ଞ ମଣ୍ଡପ ରେ ଅଙ୍କୁର ରୋପଣ ରେ ହୋଇଥିଲେ । କର୍ତ୍ତା ସନ୍ତୋଷ ପଣ୍ଡା, ମଧୁସୂଦନ ଦାସ, ଗୋପାଳ ପଣ୍ଡା, ସୀମାଞ୍ଚଳ ପଣ୍ଡା, ସୁରେନ ଦାସ ଓ ବନମାଳୀ ପଣ୍ଡା ସ୍ଥାନୀୟ ଅଞ୍ଚଳ ର ସଂକୀର୍ତ୍ତନ ମଣ୍ଡଳୀ, ବାଜା ବାଜଣାରେ ଖାଡ଼ଗ ନଦୀ କୂଳ ରେ ପୂଜାର୍ଚ୍ଚନା କରା ଯାଇ ଗଙ୍ଗା ମତକୁ ସ୍ମରଣ କରି କଳସ ରେ ଜଳ ସଂଗ୍ରହ କରିଥିଲେ । ପଣ୍ଡିତ ପୀତାମ୍ବର ରଥଶର୍ମା , ପୂର୍ଣ୍ଣଚନ୍ଦ୍ର ଶତପଥୀ,ଦେବା ଶିଶ ରଥ ,ଦେବୀ ପ୍ରସାଦ ରଥ ,ରାମ କୃଷ୍ଣ ଆଚାର୍ଯ୍ୟ, ମନ୍ତ୍ର ପାଠ କରିଥିଲେ । ଓଡିଶା ର ପ୍ରତିଷ୍ଠିତ ସାଧୁ ସନ୍ଥ ସ୍ଵାମୀ ମୁକ୍ତା ନନ୍ଦ ମହାରାଜ ପୁରୀ ,ସୃତି ସାଗର ,ଯୋଗୀ ସାଧୁ ନାଥ ,ଜଗଦା ନନ୍ଦ ଦାସ ସମେତ ବହୁ ସାଧୁ ସନ୍ଥ,ରାଷ୍ଟ୍ରୀୟ ବଜରଙ୍ଗ ଦଳ ପ୍ରଦେଶ ଅଧକ୍ଷ ବିଶ୍ଵଜିତ ପାତ୍ର ,ଧର୍ମ ଜାଗରଣ ସମୁଖ୍ୟ ର ଅନ୍ତର୍ଯ୍ୟାମି ବେହେରା ,ଗାୟତ୍ରୀ ମନ୍ଦିର ସଭାପତି ପଦ୍ମ ନଭ ପୃଷ୍ଠି ,ସୁରେନ୍ଦ ପାତ୍ର ,ରଞ୍ଜିତ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ । ପୂର୍ବାହ୍ନ ରେ ଚବିଶିପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ତ୍ରିବେଦୀ ପାର୍କ ନିକଟରେ ସାନ୍ଧୁ ସନ୍ଥ ମାନଙ୍କ ଦ୍ଵାରା ଜ୍ଞାନ ପ୍ରବଚନ ମାଧ୍ୟମରେ ଜ୍ଞାନ ଯଜ୍ଞ କରଯାଇଥିଲା । ମନ୍ଦିର ଟ୍ରଷ୍ଟ ବୋର୍ଡର ଟି.ଶ୍ରୀନିବାସ ରାଓ , ମଧୁସୂଦନ ଦାସ,ଲୋକନାଥ ପାଢୀ ଜୀବନାନନ୍ଦ ମହାରଣା ଓ ଲଲିତ ପାତ୍ର ଉପସ୍ଥିତ ରହିଥିଲେ ।

What's Your Reaction?

like

dislike

love

funny

angry

sad

wow