ଜଙ୍ଗଲ ର ନିଆଁ ନିରାକରଣ ପାଇଁ ବନ ବିଭାଗ ର ଅଭିନଵ ପ୍ରୟାସ ........ଯୋଦ୍ଧା ଯାନରେ ବନଗ୍ନୀ ରୋକିବାକୁ ମକଡ୍ରିଲ l

Dec 17, 2024 - 20:09
 0  17
ଜଙ୍ଗଲ ର ନିଆଁ ନିରାକରଣ ପାଇଁ ବନ ବିଭାଗ ର ଅଭିନଵ ପ୍ରୟାସ ........ଯୋଦ୍ଧା ଯାନରେ ବନଗ୍ନୀ ରୋକିବାକୁ ମକଡ୍ରିଲ l

 ବାଲିଗୁଡ଼ା: ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 ବାନାଗ୍ନୀ ନିରାକରଣ ପାଇଁ ବନ ବିଭାଗ ର ଅଭିନଵ ପ୍ରୟାସ l ବନଗ୍ନୀ ରୋକିବାକୁ ଖରାଦିନ ପୂର୍ଵରୁ ଆଗୁଆ ପଦକ୍ଷେପ ନେଉଛି ବନବିଭାଗ l ବାଲିଗୁଡା ବନଖଣ୍ଡ ର ଡ଼ି. ଏଫ. ଓ ବିଶ୍ୱରାଜ ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ ଡ଼ି. ଏଫ. ଓ ଙ୍କ ଉପସ୍ଥିତି ରେ ବାଲିଗୁଡା ବନାଞ୍ଚଳର ବାଲିଗୁଡା, ଖମନଖୋଲ, ପୋଖରୀ ବନ୍ଧ ଓ ବାରଖମା ସେକ୍ସନ ର ମିଳିତ ଉଦ୍ୟମ ରେ ନୁଆଁକରି ଆସିଥିବା ଯୋଦ୍ଧା ଯାନ ରେ କିଭଳି ପଥପାର୍ଶ୍ଵ ର ବନଗ୍ନୀ କୁ ଖୁବ କମ ସମୟ ମଧ୍ୟରେ ଆୟତ କରିହେବ ସେ ନେଇ ମକଡ୍ରିଲ ସହ ସଚେତନ କାର୍ଯ୍ୟକ୍ରମ ପୋଖରୀବନ୍ଧ ସେକ୍ସନ ଅନ୍ତର୍ଗତ ତଗାବାଜୁ ଗାଁ ରେ ଅନୁଷ୍ଠିତ ହୋଇଥିଲା l

ଏହି   ଜନ ସଚେତନତା ସଭା ରେ   ଜଙ୍ଗଲ ନିଆଁ ନିରାକରଣ  ପୋଡୁଚାଷ ରୁ ନିବୃତ ବେ ଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟ ରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ନିମନ୍ତେ ଡ଼ି. ଏଫ. ଓ ଶ୍ରୀ ପଣ୍ଡା ମତ ବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଦେବେନ୍ଦ୍ର କୁଦେଇ, ନାଏବ ସରପଞ୍ଚ ଅଭିରାମ ରଣା, ବାଲିଗୁଡା ରେଞ୍ଜର ଅତୁଲ୍ୟ କୁମାର ମହାନ୍ତି ଓ ସମସ୍ତ ଫରେଷ୍ଟର, ଫରେଷ୍ଟ ଗାର୍ଡ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ବନ ସୁରକ୍ଷା ସମିତି ର ସଦସ୍ୟ ସମେତ ଗ୍ରାମବାସୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ll ଜଙ୍ଗଲ କୁ କିଭଳି ନିଆଁ ଦାଉରୁ ରକ୍ଷାକରି  ଗ୍ରାମ୍ୟ ଜଙ୍ଗଲ କୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ l କାର୍ଯ୍ୟକ୍ରମ ରେ ଫାୟାର ସ୍କାର୍ଡ ଉପସ୍ଥିତ ରହି ମକଡ୍ରିଲ କରିଥିଲେ l

What's Your Reaction?

like

dislike

love

funny

angry

sad

wow