ବୌଦ୍ଧ ଜିଲ୍ଲାରେ ଖୋଲିଲା ଧାନମଣ୍ଡି ..... ମନମୁଣ୍ଡାରେ ଧାନ ମଣ୍ଡିର ଶୁଭ ଉଦଘାଟନ କଲେ କଣ୍ଟାମାଳ ବିଧାୟକ । ପ୍ରଥମ ଦିନରେ କିଣା ହେଲା ୫୫ :୮୬ କ୍ୱିଣ୍ଟାଲ ଧାନ ,

Dec 17, 2024 - 20:15
 0  7
ବୌଦ୍ଧ ଜିଲ୍ଲାରେ ଖୋଲିଲା ଧାନମଣ୍ଡି ..... ମନମୁଣ୍ଡାରେ ଧାନ ମଣ୍ଡିର ଶୁଭ ଉଦଘାଟନ କଲେ କଣ୍ଟାମାଳ ବିଧାୟକ ।  ପ୍ରଥମ ଦିନରେ କିଣା ହେଲା ୫୫ :୮୬ କ୍ୱିଣ୍ଟାଲ ଧାନ ,

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବହୁ ପ୍ରତିକ୍ଷିତ ଧାନମଣ୍ଡିର ଶୁଭାରମ୍ଭ ହୋଇଛି ବୌଦ୍ଧ ଜିଲ୍ଲାରେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ମାର୍କେଟ ୟାର୍ଡ଼ଠାରେ ପୂଜାର୍ଚ୍ଚନା ସହ ଜିଲ୍ଲାର ପ୍ରଥମ ଖରିଫ ଧାନ କ୍ରୟର ଶୁଭାରମ୍ଭ କଣ୍ଟାମାଳ ବିଧାୟକ ଶ୍ରୀ କହ୍ନାଇ ଚରଣ ଡାଙ୍ଗଙ୍କ ଦ୍ଵାରା ଉଦ୍‌ଘାଟନ କରାଯାଇଛି |

 ଏହି ଅବସରରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଧାୟକ ଶ୍ରୀଡାଙ୍ଗ ଯୋଗ ଦେଇ ଚାଷିମାନଙ୍କୁ ଭଲଧାନ ବିକ୍ରିକରି କେନ୍ଦ୍ରସରକାରଙ୍କ ଧାର୍ଯ୍ୟ ଧାନ କ୍ଵିଣ୍ଟାଲ ପିଛା ୨୩୦୦ ଟଙ୍କା ଓ ଓଡ଼ିଶା ସରକାରଙ୍କ ଇନ୍ପୁଟ ସବ୍‌ସିଡି ୮୦୦ ଟଙ୍କା ଏପରି ଦୁଇଟି କିସ୍ତିରେ ମୋଟ ୩୧୦୦ ଟଙ୍କା ପାଇବାକୁ ଅନୁରୋଧ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଁସଦା,କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀ, ବିଡ଼ିଓ ସାମି ଜୟଶ୍ରୀ ରେଡ୍ଡୀ, ଏ ଆର ସି ଏସ ହାଡିବନ୍ଧୁ ମହାକୁଡ଼, ସମବାୟ ସହକାରୀ ନିରୀକ୍ଷକ ଫକୀର ମୋହନ ବାଘ, ପ୍ୟାକ୍ସ ସଭାପତି ଗିରିଜା ନନ୍ଦନ ଦାନୀ ଙ୍କ ସହ ଯୋଗାଣ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଜିଲ୍ଲାପାଳ ଶ୍ରୀ ପଣ୍ଡା ଚାଷୀଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରି ଧାନ କିଣା ଯିବାର ପ୍ରତିଶୃତି ଦେଇଥିଲେ | ଉପଜିଲ୍ଲାପାଳ ଶ୍ରୀ ଦଣ୍ଡସେନା ଆବଶ୍ୟକ ଯନ୍ତ୍ରପାତି ବ୍ୟବହାର ସହ ଧାନର ମାନ ସଠିକ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦେଇଥିଲେ | ଚାଷୀଙ୍କ ସୁରକ୍ଷା ନିମନ୍ତେ ମଣ୍ଡି ପରିସରରେ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା | ହାଡିବନ୍ଧୁ ମହାକୁଡ଼ ମଞ୍ଚ ପରିଚାଳନା କରିଥିବା ବେଳେ ସଭାପତି ଗିରିଜାନନ୍ଦନ ଦାନୀ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ବୈଠକରେ ମିଲର୍ସ ଙ୍କ ସହ ଅନେକ ଚାଷୀ ଉପସ୍ଥିତ ଥିଲେ | ପ୍ରଥମ ଦିନରେ ଏଫ୍ଏକ୍ୟୁମାନ ର ଧାନପାଇଁ କିଛି ଚାଷି ଓ ପ୍ୟାକ୍ସ ସହିତ କଥା କଟାକଟି ପରେ ଚାଷି କୃତ୍ତିବାସ ମହଲା ଓ ଅଭିମନ୍ୟୁ କଲତାଙ୍କ ନିକଟରୁ ୫୫ କ୍ୱିଣ୍ଟାଲ ୮୬ କେଜି ଭଲଧାନ କ୍ରୟ କରାଯାଇଥିବା ପ୍ୟାକ୍ସ ସଂପାଦକ ମୃତ୍ୟୁଞ୍ଜୟ ହୋତାଙ୍କ ଠାରୁ ପ୍ରକାଶ।

What's Your Reaction?

like

dislike

love

funny

angry

sad

wow