ମାନସ ରଞ୍ଜନ ସ୍ମାରକୀ ଫୁଟବଳ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ଭଇଁରିଗୁଡା କୁ ହରାଇ ଝାରକୁଣ୍ଡାମାଳ ଚମ୍ପିୟାନ

Dec 17, 2024 - 17:53
 0  24
ମାନସ ରଞ୍ଜନ ସ୍ମାରକୀ ଫୁଟବଳ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ଭଇଁରିଗୁଡା କୁ ହରାଇ ଝାରକୁଣ୍ଡାମାଳ ଚମ୍ପିୟାନ

କଳାହାଣ୍ଡି,୧୭|୧୨ଲୋକ ଆବାଜ. ଇନ(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)-:

 କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଳି ପଞ୍ଚାୟତ ଡ଼ଙ୍ଗରୀଗୁଡା ଖେଳ ପଡିଆ ଠାରେ ବସୁନ୍ଧାରୀ ଯୁବକ ସଂଘ ଡ଼ଙ୍ଗରୀଗୁଡା ଆନୁକୂଲ୍ୟରେ ଚାଲିଥିବା ମାନସ ରଞ୍ଜନ ପାତ୍ର ମେମୋରିଆଲ ସପ୍ତଦିବସୀୟ ଫୁଟବଳ ଟୁର୍ଣ୍ଣାମେଣ୍ଟ ଖେଳ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଏହି ଫାଇନାଲ ଖେଳ ଭଁଇରି ଗୁଡା ଏବଂ ଝାରକୁଣ୍ଡାମାଳ ମଧ୍ୟରେ ଅତି ରୋମାଞ୍ଚକ ଭାବେ ଅନୁଷ୍ଠିତ ହୋଇଥିଲା । ଏଥିରେ ୨/୧ ଗୋଳରେ ଭଇଁରିଗୁଡା ଦଳକୁ ହରାଇ ଝାରକୁଣ୍ଡାମାଳ ଦଳ ଚମ୍ପିୟାନ ହେଇଥିଲା ।

ଉକ୍ତ ଉଦଯାପନୀ ଫାଇନାଲ ଖେଳ ରେ ମୁଖ୍ୟ ଅତିଥି ଭାବେ ଧର୍ମଗତ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରେଙ୍ଗାଳପାଳି ସରପଞ୍ଚ ପଦ୍ମିନୀ ପାତ୍ର, ବିଜେପି ନେତା ତ୍ରିନାଥ ଶବର, ଅବସର ପ୍ରାପ୍ତ କ୍ରିଡା ଶିକ୍ଷକ କୃପାସିନ୍ଧୁ ପାତ୍ର, ସମାଜସେବୀ ଯଶୋବନ୍ତ ସିଂ , କେତନପାତ୍ର, କୋକସରା ବ୍ଲକ ସାମ୍ବାଦିକ ସଂଘ ସଭାପତି ଚକ୍ରଧର ବେଶ୍ରା,ବିକ୍ରମ ଗୁପ୍ତା, ନିହାର ରଞ୍ଜନ ମୁଣ୍ଡ, ଟି ଏସ୍ ଇ ଏ ସି ସି ସିମେଣ୍ଟ କଳାହାଣ୍ଡି ସଚିନ୍ ସାସମଳ, ଅମ୍ବୋଜ ପଣ୍ଡା, ସମିତି ସଭ୍ୟ ରେଙ୍ଗାଲପାଲି ମୁକ୍ତେଶ୍ଵର ନାଏକ, ଅର୍ଜୁନ ଭାଟି,ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଖେଳ ଶିକ୍ଷକ ମନୋଜ ରଥ,ନବୀନ କୁମାର ବଗର୍ତ୍ତୀ ଖେଳ ପରିଚାଳନା କରିଥିବା ବେଲେ ଲାଇନ୍ସମ୍ୟାନ୍ ଭାବେ ଶେଷଦେବ ମଲ୍ଲିକ ଓ ରାଜ କୁମାର ହେର୍ଣ୍ଣା ସହଯୋଗ କରିଥିଲେ। ସୁନିଲ ଦାସ, ଏବଂ ବୈକୁଣ୍ଠ ଜାଲ ବାବୁଲାଲ ଶବର ଓ ଦେବେନ୍ଦ୍ର ପୁଝାରୀ ଖେଳର ଧାରା ବିବରଣୀ ଅତି ସୁନ୍ଦର ଭାବରେ ପ୍ରଦାନ କରିଥିଲେ।ବସୁନ୍ଧାରୀ ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।ଶତାଧିକ ସଂଖ୍ୟାରେ ଦର୍ଶକ ସାମିଲ ହୋଇ ଖେଲାଲି ମାନଙ୍କୁ ଉତ୍ସାହିତ କରିବା ସହ ଭରପୁର ମଜା ନେଇଥିଲେ ।

What's Your Reaction?

like

dislike

love

funny

angry

sad

wow