ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୂଆ କଲେ ସାମାଜିକ ସମୀକ୍ଷାର ଜନଶୁଣାଣୀ

ନୂଆପଡ଼ା :ଲୋକ ଆବାଜ. ଇନ(ରାମ ନାଥ ପଣ୍ଡା)
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସାମାଜିକ ସମୀକ୍ଷାର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଲମ୍ବୋଦର ଧରୁଆ ଜିଲ୍ଲା ଉନ୍ନୟନ ଅଧିକାରୀ ନୂଆପଡ଼ାଙ୍କ ଅଧ୍ୟକ୍ଷତାରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ,ବ୍ଲକ ଉପାଧ୍ୟକ୍ଷା ମୀନା ଘିଭେଳା, ଜିଲ୍ଲାପରିଷଦ ସଭ୍ୟା ପୁଷ୍ପାଞ୍ଜଳି ଗୁଆଲ,ଅତିରିକ୍ତ ଜିଲ୍ଲା ଉନ୍ନୟନ ଅଧିକାରୀ ଯୋଗେଶ୍ୱର ଭୋଇ, ଡିଏସଏ ମିଳନ ପତି ମଞ୍ଚାସିନ ଥିଲେ । ଏପିଓ ପ୍ରଦୀପ କୁମାର ଓଝା ଏବଂ ବି ଏସ ଏ ଦୀପାଞ୍ଜଳି ହୋତା ସମସ୍ତ ତଥ୍ୟ ପ୍ରଦାନ କରିବାରେ ଅଧିକାରୀଙ୍କୁ ସହଯୋଗ କରୁଥିଲେ ।ସାମାଜିକ ସମୀକ୍ଷାର ଅବଧି ୦୧ ଏପ୍ରିଲ ୨୦୨୩ ରୁ ୩୦ ସେପ୍ଟେମ୍ବର ୨୦୨୩ ଏବଂ ୦୧ ଅକ୍ଟୋବର ୨୦୨୩ରୁ ୩୧ ମାର୍ଚ୍ଚ ୨୦୨୪ (ଏମ ଜି ଏନ୍ ଅର୍ ଇ ଜି ଏ)ତଥା ୦୧ ଏପ୍ରିଲ ୨୦୨୨ରୁ ୩୧ ମାର୍ଚ୍ଚ ୨୦୨୩ (ଏନ୍ ଏଫ୍ ଏସ ଏ) ମଧ୍ୟରେ ଆସିଥିବା ସମସ୍ତ ଅଭିଯୋଗ ଉପରେ ସମୀକ୍ଷା କରାଯାଇଥିଲା ।
ଡି ଏସ ଏ ମିଳନ କୁମାର ପତି ଗୋଟିଏ ପରେ ଗୋଟିଏ ଇସ୍ୟୁଜ ଉପସ୍ଥାପନ କରୁଥାନ୍ତି । ଇସ୍ୟୁଜ୍ ମାନଙ୍କ ମଧ୍ୟରେ ଅନେକ ଅନିୟମିତତା ଦେଖା ଦେଇଛି , ଅନିୟମିତତା ଭିତରେ ଆସିଛି - ଦୁଇଟି ଗଛର ଶାଖାରେ ଡ଼ାଳପତ୍ର ଦେଇ ଛାଉଣୀ ତିଆରି କରି ଅଧିକ ଅର୍ଥ ବିଲ କରିବା, ଆବଶ୍ୟକୀୟ ସଠିକ୍ କାଗଜ ପତ୍ର ନ ଥିବା, ନିୟମାନୁଯାୟୀ ଉଚିତ୍ ମୂଲ୍ୟର ବ୍ୟବହାର ନହେବା,ସୂଚନା ବୋର୍ଡର ବ୍ୟବହାର ନହେବା, ସୂଚନା ବୋର୍ଡର ଗୋଟିଏ ପାର୍ଶ୍ୱରେ ଲେଖା ଥିବା କିନ୍ତୁ ଅନ୍ୟ ପାର୍ଶ୍ବରେ ଲେଖା ନଥିବା ,ଟଙ୍କାକୁ ଆତ୍ମସାତ କରିଥିବା,ଫାଇଲ ଗୁଡ଼ିକ ଅର୍ଦ୍ଧ ପ୍ରସ୍ତୁତ ହୋଇରହିବା,ହିତାଧିକାରୀଙ୍କ ଖାତାରେ ଟଙ୍କା ପୈଠ ନହେବା,ଭୁଲ ବ୍ୟକ୍ତିଙ୍କ ଖାତାରେ ଟଙ୍କା ଜମା କରିବା,ଏମ ଆର୍ ତିଆରି ନ କରି ପେମେଣ୍ଟ କରିବା,ବିଲ ଠାରୁ ଅତ୍ୟଧିକ ପେମେଣ୍ଟ କରିବା,ମାପ ଅନୁସାରେ ବିଲନହେବା,ଖର୍ଚ୍ଚ ଗୁଡ଼ିକର ହିସାବ ଠିକ୍ ନଥିବା, ପଞ୍ଚାୟତ ମାନଙ୍କରେ ଭି ଆର୍ ପିଙ୍କ ଆଗରେ ରେକର୍ଡ ନ ଦେଖାଇବା ଇତ୍ୟାଦି ସମସ୍ୟା ଉପରେ ସମୀକ୍ଷା କରାଯାଇଥିଲା ।ବ୍ଲକର ଅନେକ ସରପଂଚ,ସମିତି ସଭ୍ୟ, ଯୋଗାଣ ନୀରିକ୍ଷକ ଅଲେଖ ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୋଷ କୁମାର ବେହେରା,ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ଖମାରୀ,ସି ପି ଦେବାଶିଷ ପ୍ରଧାନ, ଏ ସି ପି ଯୁଧିଷ୍ଠିର ମେହେର,କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ମିଶ୍ର,କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ,କନିଷ୍ଠ ଯନ୍ତ୍ରୀ ମିନାକ୍ଷୀ ମିଶ୍ର, କନିଷ୍ଠ ଯନ୍ତ୍ରୀ ଶକୁନ୍ତଳା ଦାସ ,ଫରେଷ୍ଟ ଅଫିସର ପୂର୍ଣ୍ଣ ଚନ୍ଦ୍ର ନାଏକ ଓ ରଞ୍ଜନ କୁମାର ସାହୁ,ଉଦ୍ୟାନ ବିଭାଗ ଅଧିକାରୀ, ସମସ୍ତ ପି ଇ ଓ,ଜି ଆର୍ ଏସ,ଗ୍ରାମ ସାଥୀ, ୱାଟର ସେଡ ଅଧିକାରୀ, ଏନ୍ ଆର୍ ଇ ଜି ଏ ସେଲର ଅନ୍ୟ କର୍ମଚାରୀ, ହିତାଧିକାରୀ,ପୋଲିସ କର୍ମଚାରୀ, ଜନସାଧାରଣ ସାମାଜିକ ସମୀକ୍ଷା ସମୟରେ ଉପସ୍ଥିତ ଥିଲେ ।ପୂର୍ବ ବର୍ଷର ସାମାଜିକ ସମୀକ୍ଷା ତଥା ଅନେକ ସମସ୍ୟା ଉପରେ ମିଳନ ପତି ଆଲୋକପାତ କରିଥିଲେ । ଉଭୟ ପି ଡି ଏବଂ ଏ ପି ଡି ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରତ୍ୟକ୍ଷ ଭାବରେ କହିଲେ କି ଆପଣ ମାନେ ଶୀଘ୍ର କମ୍ପ୍ଲାଏ କରି ନିଅନ୍ତୁ , ଆବଶ୍ୟକ କାଗଜପତ୍ର ,ବିଲ, ଭାଉଚର ସବୁ ଠିକ୍ କରନ୍ତୁ ନଚେତ୍ କାହାକୁ ଛଡ଼ା ଯିବ ନାହିଁ। ଭି ଆର୍ ପି ମାନେ ଦେଇଥିବା ତଥ୍ୟ, ପଞ୍ଚାୟତ ଦେଇଥିବା ତଥ୍ୟ ଏବଂ ଅଡିଟରଙ୍କ ରିପୋର୍ଟକୁ ଆଧାର କରି ମିଳିଥିବା ସୂଚନା ଠିକ୍ ଥିଲା ବୋଲି ପ୍ରମାଣ ହୋଇଛି ।ଉଭୟ ପି ଡି ଏବଂ ଡି ଏସ ଏ କହିଲେ ଯେତେ ଶୀଘ୍ର ପାରିବ ଫାଇଲ ଗୁଡ଼ିକ ସମ୍ପୂର୍ଣ୍ଣ କର ।ସତରେ ଏତେ ସାମାଜିକ ସମୀକ୍ଷା ହେଉଅଛି ତଥାପି କର୍ମଚାରୀଙ୍କ ଆତ୍ମ ସମୀକ୍ଷା ହେଉନାହିଁ କାହିଁକି ।ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଇସ୍ୟୁଜ ଗୁଡ଼ିକ କମି ଯାଇପାରେ ବୋଲି ଆଶା କରାଯାଉଛି ।
What's Your Reaction?






