କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ

Sep 22, 2024 - 20:14
 0  65
କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ

କଣ୍ଟମାଳ:ଲୋକ୍ ଆବାଜ୍‌.ଇନ୍‌(ପୂର୍ଣ୍ଣ ଚରଣ ସାହୁଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା      କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ  ଆରମ୍ଭ ହେଲା ଦଳ ଡିଆଁପାଲା । ଖୁଣ୍ଟିଗୋରା ପଞ୍ଚାୟତରସରପଞ୍ଚ ରବିଚନ୍ଦ୍ର ମହାକୁଡ଼, ବିଜେଡି କର୍ମୀ ଭକ୍ତ ସାହୁ , ରୋହିତ ଭୋଇ ଆଦି  ଖୁଣ୍ଟିଗୋରା ପଞ୍ଚାୟତର ପ୍ରାୟ ୫୦ ଜଣ ଆଗଧାଡିର ବିଜେଡି କର୍ମୀ ବିଜେପିର  ପଦ୍ମ ଧରିଛନ୍ତି।  ସମସ୍ତ ବିଜେଡି କର୍ମୀ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗଙ୍କ ବାସ ଭବନ ପରିସରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ବିଜେପି ମଣ୍ଡଳ ସଭାପତି ପିନାକ ଧର ରଣା , ସତ୍ୟନାରାୟଣ ମାଝୀ, ଅଳକା ପ୍ରଧାନ , କଣ୍ଟାମାଳ ମଣ୍ଡଳର ସଭାପତି ଅନିଲ ପଧାନ, ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ପାତ୍ର, ବରିଷ୍ଠ ବିଜେପି ନେତା ଶେଷ ମେହେର ଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିର ବିଚାରଧାରାରେ  ଅନୁପ୍ରାଣିତ ହୋଇ ଭାଜପାରେ ଯୋଗଦେଇଥିଲେ। ତାଙ୍କୁ ବିଧାୟକ ଶ୍ରୀଡାଙ୍ଗ ବିଜେପିର ଉତ୍ତରୀୟ ପ୍ରଦାନ କରି ସ୍ଵାଗତ କରିଥିଲେ l

What's Your Reaction?

like

dislike

love

funny

angry

sad

wow