ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୋଡ଼େନ ଠାରେ ସଂଗଠନ ସୃଜନ ଅଭିଯାନ ଅନୁଷ୍ଠିତ
ନୂଆପଡ଼ା: ଲୋକ ଆବଜ୍. ଇନ୍ (ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ଆରିଫ ଲଜରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ସଂଗଠନ ସୃଜନ ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଚିବ ମନୋଜ ଚୌହାନ ଯୋଗ ଦେଇ ଜାତୀୟ କଂଗ୍ରେସର ସ୍ଥିତି ଦିନକୁ ଦିନ ମଜଭୁତ ହେଉଥିବା ପ୍ରକାଶ କରିବା ସହ ତୃଣମୂଳ ସ୍ତରରେ ଦଳ ସଙ୍ଗଠନକୁ ମଜଭୁତ କରିବାକୁ କର୍ମୀଙ୍କୁ ଆହ୍ବାନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗୋ ସହ ଦୁଇ ପର୍ଯ୍ୟବେକ୍ଷକ ମୂରଲୀ ନାଏକ ଓ ଟଙ୍କଧର ସାହୁ ମଧ୍ୟ ଯୋଗ ଦେଇ ତୃଣମୂଳ ସ୍ତରରେ ସଙ୍ଗଠିତ ହେବାକୁ ଆହ୍ଵାନ କରିଥିଲେ। ସଭାରେ ଖଡିଆଳ ଦଳୀୟ ବିଧାୟକ ପ୍ରତିନିଧି କମଲ ଚରଣ ତାଣ୍ଡି, ନୂଆପଡ଼ା ଜିଲ୍ଲା ସଂଯୋଜକ ଘାସିରାମ ମାଝୀ , ରାଜ୍ୟ ପିସିସି ମେମ୍ୱର ଫାରୁକ ମହମ୍ମଦ ପ୍ରମୁଖ ମଞ୍ଚାଷିନ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଭାଗିରଥି ଦଣ୍ଡସେନା, ଦିଗ ଜଗତ, ପରକ୍ଷିତ ଛତ୍ରିଆ, ରାୟ ସିଂ ହଂସ, ଦିଲ୍ଲିପ ବିଭାର, ଅଭି ମହାନନ୍ଦ ,ଚୈତନ୍ୟ ଜଗତ,ପିତାମ୍ବର ବେହେରା,ରାଜେଶ ବେହେରା, ପ୍ରଦ୍ୟୁମ୍ନ ଦଣ୍ଡସେନା ,ଦେବା ମାଝୀ ,ବିଜୟ ଧରୁଆ, ସହଦେବ ମାଝୀଙ୍କ ସମେତ ବ୍ଲକ ସ୍ତରୀୟ ପଦାଧିକାରୀ ଏବଂ ବହୁ କଂଗ୍ରେସ କର୍ମୀ ଯୋଗଦାନ କରିଥିଲେ ।
What's Your Reaction?