ଜିଲ୍ଲା ଷ୍ଟାଡିୟମ ପଡିଆ ଠାରୁ ଏକ ପେଡ ମା କେ ନାମ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ :

Sep 17, 2025 - 10:44
 0  24
ଜିଲ୍ଲା ଷ୍ଟାଡିୟମ  ପଡିଆ ଠାରୁ ଏକ ପେଡ ମା କେ ନାମ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ :

ବୌଦ୍ଧ:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ମଙ୍ଗଳବାର ଦିନ ସକାଳ ଘ. 8.30 ମି. ସମୟରେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ପଡିଆ ପରିସରରୁ ଜିଲ୍ଲା ପରିଷଦ ଏବଂ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ପକ୍ଷରୁ ଆୟୋଜିତ ଏକ ପେଡ ମା କେ ନାମ( ମାଆ ପାଇଁ ଗଛ ଟିଏ ) ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେ ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ | ପରିବେଶ ସଚେତନତା ଓ ବୃକ୍ଷରୋପଣ ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ବୌଦ୍ଧ ସହର ପରିକ୍ରମା କରିଥିଲେ | ଶୋଭାଯାତ୍ରା ଜିଲ୍ଲା ଷ୍ଟାଡିୟମ ପଡିଆ ଠାରୁ ବାହାରି ପୋଡା ପଡା ଛକ, ଗାନ୍ଧୀ ଛକ, ବାଘ ଗୁଡ଼ା ଛକ, ଓୟାରଲେସ ଛକ,ଗାନ୍ଧୀ ଛକ, ବାଘ ଗୁଡା ଛକ ଦେଇ ଜିଲ୍ଲା ସଂଗ୍ରହାଳୟ ପରିସରରେ ପହଞ୍ଚିଥିଲେ l ଏହି ଉପଲକ୍ଷେ ତିନିଟି ବ୍ଲକ ରୁ 3 ଗୋଟି ସୁସଜ୍ଜିତ ରଥ ମଧ୍ୟ ସଚେତନତା ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l ସେଠାରେ ଏକ ସଚେତନତା ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ, ବୌଦ୍ଧ ବ୍ଲକ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ପରିବେଶବିତ ଡ଼. ପ୍ରବୀର କୁମାର ରଥ, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ, ଜ଼ିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ, ସହକାରୀ ବନ ସଂରକ୍ଷକ, କେନ୍ଦୁପତ୍ର ବିଭାଗ ମିନାକ୍ଷୀ କୁମୁରା, ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀ ପି ଭେଙ୍କଟ ରମଣ ରାଓ,ଜ଼ିଲ୍ଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଫରେଷ୍ଟର ପ୍ରସନ୍ନ ପ୍ରଧାନ ପ୍ରମୁଖ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ 75 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସମସ୍ତେ ମାଆ ପାଇଁ ଗଛ ଟିଏ ଲଗାଇବାକୁ ଆହ୍ୱାନ କରିଥିଲେ l ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ଶ୍ରୀଯୁକ୍ତ ଦଣ୍ଡସନl ଙ୍କ ଅଧ୍ୟକ୍ଷତା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶ୍ରୀଯୁକ୍ତ ଦଣ୍ଡସନା ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୌଦ୍ଧ ଯୁଗଳ କିଶୋର ବିଶ୍ୱାଳ କାର୍ଯ୍ୟକ୍ରମ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞlପନ କରିଥିଲେ lଏହି ଉପଲକ୍ଷେ ପ୍ରୋଗ୍ରାମ ଅଫିସର ରୀନା ମହାନ୍ତି ଏକ ସ୍ୱ ରଚିତ କବିତା ପାଠ କରିଥିଲେ l ବ୍ଲକ କଳା ସଂସ୍କୃତି ସଂଘ, ବୌଦ୍ଧ ପକ୍ଷରୁ କଳାକାର ମାନେ ସଂକୀର୍ତନ ଏବଂ ନୃତ୍ୟ ପରିବେଷଣ କରିଥିଲେ l

What's Your Reaction?

like

dislike

love

funny

angry

sad

wow