ଜିଲ୍ଲା ସ୍ତରୀୟ ଅ!ନ୍ତର୍ଜାତୀୟ ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ ପାଳିତ --

Sep 18, 2024 - 20:37
 0  21
ଜିଲ୍ଲା ସ୍ତରୀୟ ଅ!ନ୍ତର୍ଜାତୀୟ ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ  ପାଳିତ --

ସୋନପୁର: ଲୋକ ଆବାଜ.ଇନ୍(ମନୋରଂଜନ ତ୍ରିପାଠୀ ଙ୍କ ରିପୋର୍ଟ)

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶ୍ୱ ଭାରତୀ ଚିନ୍ତନ ଶିକ୍ଷା ନିକେତନ ପିପିଲିପାଲି, ସୁବର୍ଣ୍ଣପୁର ସଭା ଗୃହ ଠାରେ ଅ!ନ୍ତର୍ଜାତୀୟ ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ ପ୍ରଧାନ ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ମନୋଜ କୁମାର ଅଦlବର ମୁଖ୍ୟ ଅତିଥି,ଅତିରିକ୍ତ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ, ଜ଼ିଲ୍ଲା ଆବାହକ ଓ ସମ୍ପାଦକ ଯୁବ ରେଡ କ୍ରସ ସୁବର୍ଣ୍ଣପୁର ଉମାକାନ୍ତ ନାଗ,,ସହକାରୀ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ, ଗୀତାଞ୍ଜଳି ମେହେର ସଂଯୋଜକ ଅନଶଂକ୍ରlମ ରୋଗ, ଅନୁପ ରଞ୍ଜନ ଦାଶ ମାନସିକ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ l ଅତିଥି ବୃନ୍ଦ ସୁସ୍ଥ ବାୟୁ ମଣ୍ଡଳ ସୃଷ୍ଟି କରି, ସୁସ୍ଥ ବାୟୁ ଗ୍ରହଣ କରି, ସୁସ୍ଥ ଜୀବନ ଜିଇବା ଓ ସୁନ୍ଦର ନୀଳ ଆକାଶ କୁ ଉପଭୋଗ କରି ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇପାରିବl ଉପରେ ଗୁରୁତ୍ଵା ରୋପ କରିଥିଲେ l 

ଉକ୍ତ ସଭାରେ ସ୍କୁଲ ର ଛାତ୍ର ଛାତ୍ରୀ ବୃନ୍ଦ, କର୍ମକର୍ତ୍ତା , ସ୍ୱାସ୍ଥ୍ୟ ପରିଦର୍ଶକ, ସ୍ୱାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ I ୧୦ ଜଣ କୃତୀ ଛାତ୍ର ଛାତ୍ରୀ ତଥା ରତିପ୍ରଭା ବେହେରା, ନୂତନ ପଧାନ, ସ୍ମୃତିରୁପା ପଧାନ, ଶୁଭମ ସାହୁ, ସବ୍ୟସାଚୀ ପାଣିଗ୍ରାହୀ, ପ୍ରଜ୍ଞା ଭାରତୀ ଦାଶ, ଓମ ଶ୍ରୀ ମେହେର, ସୁଜିତ ସାହୁ, ବିଜିତ ଭୋଇ ଓ ଦୀକ୍ଷାନନ୍ଦ ରଣା ଙ୍କୁ କ୍ୱିଜ଼ ପ୍ରତିଯୋଗିତା କରି ସାର୍ଟିଫିକେଟ ସହିତ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲାl ଚିତ୍ତରଞ୍ଜନ ଭୋଇ କ୍ଲାଶୀକାଲ ଶିକ୍ଷକ ଓ ଦିବ୍ୟାଲୋଚନ ପଧାନ, ମୁଖ୍ୟ କିରାଣୀ ସହଯୋଗ କରିଥିଲେ l ଆଜି ଏହି କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ ମଧ୍ୟ କରଯାଇଛି l ଶେଷରେ ନିତ୍ୟାନନ୍ଦ ପଧାନ ସଂସ୍କୃତ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ l

What's Your Reaction?

like

dislike

love

funny

angry

sad

wow