ଶିଳ୍ପ ତାଲିମ ପ୍ରତିଷ୍ଠାନ ର ଅତିଥି ପ୍ରଶିକ୍ଷକ ସଂଘ ର ସାମ୍ୱାଦିକ ସମ୍ମିଳନୀ

ସୋନପୁର: ଲୋକ ଆବାଜ.ଇନ୍(ମନୋରଂଜନ ତ୍ରିପାଠୀ ଙ୍କ ରିପୋର୍ଟ)
ଓଡିଶାର ବିଭିନ୍ନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ କାର୍ଯ୍ୟରତ ଥବା ଅତିଥି ପ୍ରଶିକ୍ଷକ ମାନଙ୍କୁ ମାସିକ ଦରମା ସମେତ ଚାକିରୀ ସୁରକ୍ଷା ପ୍ରଦାନ କରିବା ଦାବି ନେଇ ଆମରଣ ଅନଶନ ପ୍ରସ୍ତୁତି ପାଇଁ ଆଜି ସୋନପୁର ଷ୍ଟାର୍ ହେଲ୍ଥ ଇନ୍ସୁରେନ୍ସ ସଭା ଗୃହ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଓଡିଶାର ବିଭିନ୍ନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମାନଙ୍କରେ କାର୍ଯ୍ୟରତ ଥିବା ଅତିଥି ପ୍ରଶିକ୍ଷକ ଗଣ ପ୍ରାୟ ୬୦୦ ଜଣ ଅତିଥି ପ୍ରଶିକ୍ଷକ ଦୀର୍ଘ ବର୍ଷ ହେଇ ନିରବଚ୍ଛିନ ଭାବରେ ସ୍ୱଳ୍ପ ଦରମାରେ କାର୍ଯ୍ୟ ସମ୍ପାଦନ କରି ଆସୁଥିବା ବିଷୟ ପ୍ରକାଶ କରିଛନ୍ତି l ଏପରି କି ଯେଉଁ ସମୟରେ ଶିଳ୍ପ ତାଲିମ ଅନୁଷ୍ଠାନ ଗୁଡିକରେ ନିୟମିତ ପ୍ରଶିକ୍ଷକ ନ ଥିଲେ ସେହି ସମୟରେ ଅତିଥି ପ୍ରଶିକ୍ଷକ ମାନଙ୍କୁ ନିୟମିତ ପ୍ରଶିକ୍ଷକ ଦର୍ଶାଇ ଶିଳ୍ପ ତାଲିମ ଅନୁଷ୍ଠାନ ଗୁଡିକ ଏନ. ସି. ଭି. ଟି (NCVT ) ର ମାନ୍ୟତା ହାସଲ କରୁଥଲା ଏବଂ କରୁଛି ମଧ୍ୟ । କିନ୍ତୁ ଦୀର୍ଘ ବର୍ଷ ଧରି ଏମାନେ କାମ କରି ଆସୁଥିଲେ ମଧ୍ୟ ସରକାର ଏମାନଙ୍କ ଦାବୀ ପ୍ରତି କୌଣସି ଦୃଷ୍ଟି ଆକର୍ଷଣ କରି ନ ଥିବା ରୁ ଏ ଶିକ୍ଷକ ମାନେ କ୍ଷୋଭ ପ୍ରକାଶ କରିଛନ୍ତି l ଏପରି କି ଓଡିଶା ରାଜ୍ୟର ଆର୍ଥକ ସଙ୍କଟ ଥିବା ସମୟରେ ମଧ୍ୟ ସ୍ୱଳ୍ପ ଦରମାରେ କାମ କରି ଆସୁଥିବା କହିଛନ୍ତି l ଦୀର୍ଘ ବର୍ଷ ଧରି ଅନୁଷ୍ଠାନର ଛାତ୍ରଛାତ୍ରୀ ଅନେକ ଥର ପୁର୍ବତନ ବିଭାଗୀୟ ମନ୍ତ୍ରୀ , ବିଭାଗୀୟ ସଚିବ, ନିର୍ଦେଶକ ମାନଙ୍କୁ ବାରମ୍ବାର ଗୁହାରୀ କରି ସୁଦ୍ଧା କେବଳ ମୌଖିକ ଆଶ୍ବାସନା ତଥା ପ୍ରତିଶୃତି ଦେବା ବ୍ୟତିତ ଏ ବେ ଯାଏଁ କୌଣସି ସୁଫଳ ହୋଇନି । ବରଂ ଓଲଟା ଏମାନଙ୍କୁ ଆର୍ଥିକ ଓ ମାନସିକ ଟର୍ଚର ଦେଇ ଆସୁଥିବା କହିଛନ୍ତି l ଅତିଥୁ ପ୍ରଶିକ୍ଷକ ନାମକୁ ପରିବର୍ତନ କରି କେବଳ ପ୍ରଶିକ୍ଷକ ମାନ୍ୟତା ପ୍ରଦାନ କରାଯିବା, ଯେଉଁ ଅତିଥି ପ୍ରଶିକ୍ଷକ ମାନଙ୍କୁ ବହିଷ୍କାର କରାଯାଇଛି ସେମାନଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ କରାଯିବାକୁ, ବାର୍ଷିକ କିଛି ଦିନ ଦେୟଯୁକ୍ତ ଛୁଟି ସମେତ ମହିଳା ଅତିଥି ପ୍ରଶିକ୍ଷକ ମାନଙ୍କୁ ମାତୃତ୍ଵ ଛୁଟି ପ୍ରଦାନ କରାଯିବାକୁ, ଅତିଥି ପ୍ରଶିକ୍ଷକ ମାନଙ୍କୁ ମିଳୁଥିବା ଦରମା ଯାହା ପ୍ରତି କ୍ଳାସ ହିସାବରେ ମିଳୁଛି ତାହାକୁ ମାସିକ ସ୍ଥିର ଦରମା କରିବା ସହ ଜଣେ ନିୟମିତ ପ୍ରଶିକ୍ଷକଙ୍କ ସର୍ବନିମ୍ନ ଦରମା ଯାହା ତାହା ପ୍ରଦାନ କରାଯିବାକୁ, ଦୀର୍ଘ ବର୍ଷ ଧରି କାମ କରି ଆସୁଥବା କୌଣସି ଅତିଥି ପ୍ରଶିକ୍ଷକଙ୍କୁ ବହିଷ୍କାର କରା ନ ଯିବାକୁ , ପ୍ରତିବର୍ଷ ଅଧ୍ୟକ୍ଷ ମାନେ ମନଇଚ୍ଛା ଛଟେଇ ତଥା ଦରମା ବନ୍ଦ କରୁଥିବା ପ୍ରକ୍ରିୟା ବନ୍ଦ କରିବା ସଙ୍ଗେ ସଙ୍ଗେ ପ୍ରତିବର୍ଷ ଚୟନ ପ୍ରକ୍ରିୟା ଆବଶ୍ୟକତା ନ ଥାଇ ବାରମ୍ବାର ଚୟନ ପ୍ରକିୟା କୁ ସମ୍ପୁର୍ଣ ଭାବେ ବନ୍ଦ କରାଯିବା ପ୍ରମୁଖ ଆଠ ଦଫା ଦାବୀ ନେଇ ଏ ପ୍ରଶିକ୍ଷକ ମାନେ ଆଜି ସୋନପୁର ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ରେ କ୍ଷୋଭ ପ୍ରକାଶ କରିଛନ୍ତି l ଏବଂ ଖୁବ୍ ଶୀଘ୍ର ସରକାର ଏ ସବୁ ଦାବୀ ଉପରେ ଗୁରୁତ୍ୱ ନ ଦେଲେ ଆସନ୍ତା 20 ତାରିଖ ରୁ ରାଜ୍ୟ ବ୍ୟାପୀ ଏ ସଂଘ ଆମରଣ କୁ ଓହ୍ଲାଇବାକୁ ସାମ୍ୱାଦିକ ସମ୍ମିଳନୀ ଜରିଆ ରେ ସରକାର ଙ୍କୁ ଚେତାବନୀ ଦେଇଛନ୍ତି l
What's Your Reaction?






