ଗ୍ରାମାଞ୍ଚଳରେ ରୋଜଗାର ର ପ୍ରୟୋଗଶାଳା ପାଲଟିଛି ମାଁ ବୈଷ୍ଣୋଦେବୀ ପ୍ରଡ଼୍ୟୁସର୍ ଗ୍ରୃପ ଗାଁରୁ ଉଗୋଣ୍ଡା ଯାଏଁ ସଫଳ କାହାଣୀ: ବିଦେଶୀଙ୍କ ପରିଦର୍ଶନ,ରାଜ୍ୟ ବାହାରକୁ ସାମଗ୍ରୀ ରପ୍ତାନୀ

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍(ବ୍ୟୁରୋ)
:ମହିଳା ସଶକ୍ତିକରଣର ଏକ ପ୍ରମୁଖ ଉଦାହରଣ ପାଲଟିଛି ମାଁ ବୈଷ୍ଣୋଦେବୀ ପ୍ରଡ଼୍ୟସୁର ଗ୍ରୁପ । ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିଥାଏ,ଏବଂ ଦିନେ ନା ଦିନେ ସଫଳତା ହାତ ଧରି ଆଗକୁ ନେଇଯାଏ । କେବଳ ସଫଳତା ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ଆଦର୍ଶ ତଥା ଉଦାହରଣ ବି ସୃଷ୍ଟି କରାଯାଇପାରେ । ଏଭଳି ଏକ ସଫଳତାର କାହାଣୀ ଆଜି ଆମ ସମାଜରେ ଦେଖିବାକୁ ମିଳିଛି । ସହରାଂଚଳ ନୁହେଁ ଗ୍ରାମାଂଳଚରେ ଏବେ ଏହି ସଫଳତା କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ହେଇଛି ସଫଳ । ରାଜ୍ୟ ବାହାରକୁ ଯାଉଛି ଏହି ମହିଳା ପ୍ରଡ଼ୁସର ଗୃପର ସାମଗ୍ରୀ । ଦେଶ ବାହାରୁ ଏହି ପ୍ରୟୋଗଶାଳାକୁ ପରିଦର୍ଶନରେ ଆସୁଛନ୍ତି ଉଦ୍ୟମୀ ।
କଳାହାଣ୍ଡି ଜିଲ୍ଳା ମ.ରାମପୁର ବ୍ଳକ ଅନ୍ତର୍ଗତ ପଣ୍ଡକାମାଲ ଗ୍ରାମ ପଂଚାୟତର ପଣ୍ଡକାମାଲରେ ରହିଛି ମାଁ ବୈଷ୍ଣୋଦେବୀ ପ୍ରଡ଼୍ୟୁସର ଗ୍ରୃପ । ୨୦୧୯ ମସିହାରେ ମାତ୍ର କୋଡ଼ିଏ ଜଣ ଉଦ୍ୟମୀ ମାଁ ମାନଙ୍କୁ ନେଇ ଆରମ୍ଭ ହେଇଥିଲା ଏହି ଗ୍ରୁପ ଏବଂ ସଂପ୍ରତି ଏହି ଗୃପରେ ୧୬୦ ଜଣ ମହିଳା କାର୍ଯ୍ୟରତ ଥିବାବେଳେ ମାସକୁ ଜଣପିଛା ଆୟ ରହିଛି ୧୦,୦୦୦ଟଙ୍କା । ଏହି ଗ୍ରୃୁପ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ୨୦୧୯ ମସିହାରେ ଏକ ଲକ୍ଷ ଜାତୀୟ ପତାକା , ଦ୍ୱିତୀୟ ବର୍ଷ ରେ ୩୦,୦୦୦ ଏବଂ ଚଳିତ ବର୍ଷ ୫୨୦୦୦ ଜାତୀୟ ପତାକା ତିଆରୀ କରାଯାଇଥିବାବେଳେ ଘରୋଇ ଭାବରେ ଅଦ୍ୟାବଧି ପ୍ରାୟ ତିନିଲକ୍ଷ ଜାତୀୟ ପତାକା ତିଆରି କରାଯାଇ ଓଡ଼ିଶା ବାହାରକୁ ପଠାଯାଇଛି । ଏହା ବ୍ୟତୀତ ଆଦିବାସୀ,ହରିଜନ ଉନ୍ନୟନ ବିଭାଗର ଜିଲ୍ଳା ସାରା ନବମ ଓ ଦଶମ ଶ୍ରେଣୀର ସ୍କୁଲ ପୋଷାକ ତିଆରି,ଲାଂଜିଗଡ଼ ବ୍ଲକରେ ଥିବା ଏକଲବ୍ୟ ବିଦ୍ୟାଳୟ ପାଇଁ ସ୍କୁଲ ପୋଷାକ,ଏବଂ ନବମ ଦଶମ ଶ୍ରେଣୀ ପାଇଁ ସାରା ଜିଲ୍ଲାର ବିଦ୍ୟାଳୟ ଗୁଡ଼ିକରେ ସ୍କୁଲ ପୋଷକ ପ୍ରସ୍ତୁତି ସହ ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଚଳିତ ବର୍ଷ ସ୍କୁଲ ପୋଷାକ ଦେବାର ଯୋଜନା ରହିଛି ।
ଏଥି ସହିତ ଟି ସାର୍ଟ ,ଟ୍ରାକ୍ ସୁଟ୍ ତିଆରି କରାଯାଇ ପଶ୍ଚିମ ବଙ୍ଗ,ବିହାର,ଛତିଶଗଡ଼,ଝାଡ଼ଖଣ୍ଡ ରାଜ୍ୟକୁ ରପ୍ତାନୀ କରାଯାଉଛି ।୨୦୨୩ ମସିହାରେ କଳାହାଣ୍ଡି ଜିିଲ୍ଲାରେ ସର୍ବୋଚ୍ଚ ସଫଳ ଗ୍ରୁପ୍ ଭାବରେ ପୁରସ୍କୃତ ହେଇଥିବାବେଳେ ଏହି ଗୃପକୁ ପରିଦର୍ଶନରେ ଉଗାଣ୍ଡା,ଦକ୍ଷିଣ ଆଫ୍ରିକା ସମେତ ସାତଟି ଦେଶରୁ ବିଭିନ୍ନ ସମୟରେ ପଲ୍ଳାଶ୍ରୀ ମେଳା, ଏହି ଗ୍ରୁପକୁ ବିଭିନ୍ନ ସମୟରେ ଜିଲ୍ଲାପାଳ,ପିଡ଼ି,ବିଧାୟକ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ପରିଦର୍ଶନରେ ଆସି ଏଭଳି ସଫଳତା କୁ ପ୍ରଶଂସା କରିବା ସହିତ ଗ୍ରାମାଂଚଳର ମହିଳାମାନଙ୍କ ଏଭଳି ସଫଳତାକୁ ପ୍ରଶଂସା କରିଆସୁଛନ୍ତି । ସଂପ୍ରତି ଏହି ଗ୍ରୁପର ସଭାନେତ୍ରୀ ଭାବରେ ସ୍ନିଗ୍ଧାରାଣୀ ସେନାପତି ଓ ସଂପାଦିକା ଭାବରେ ଝରଣା ସାହୁ ନିଜର ଏକ ନିଷ୍ଠ ଉଦ୍ୟମ ବଳରେ ୧୬୦ଟି ଇଣ୍ଡଷ୍ଟ୍ରିଆଲ ସିଲେଇ ମେସିନ୍ ରଖି ରୋଜଗାର ଦେବାରେ ସଫଳ ହେଇପାରିଛନ୍ତି ।
ଗ୍ରାମାଂଚଳର ଏହି ମହିଳାମାନଙ୍କ ଉଦ୍ୟମ ଓ ସଫଳତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହିତ ଅନ୍ୟମାନଙ୍କ ପାଇଁ ଆଶାର ଆଲୋକ ସାଜିଛନ୍ତି ମାଁ ବୈଷ୍ଣୋଦେବୀ ପ୍ରଡ଼୍ୟୁସର ଗ୍ରୁପର ସହ ଯୋଡ଼ି ହେଇଥିବା ସମସ୍ତ ସଦସ୍ୟା । ନିଜର ପରିଶ୍ରମ ବଳରେ ୧୬୦ଟି ପରିବାରର ମାଁ ମାନେ ଏବେ ନିଜନିଜ ଘର କାମ ସହିତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସହିତ ରୋଜଗାରକ୍ଷମ ହେବାରେ ସଫଳ ହେଇପାରିଛନ୍ତି,ଯାହା ସେମାନଙ୍କୁ ଅନେକ ଖୁସି ପ୍ରଦାନ କରେ ବୋଲି ଅନେକ ସଦସ୍ୟା ନିଜ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
What's Your Reaction?






