ବିପୁଳ ପରିମାଣରେ ବିଦେଶୀ ମଦ ଜବତ 2 ଅଭିଯୁକ୍ତ ଗିରଫ

ସଇଁତଲା: ଲୋକ ଆବାଜ୍.ଇନ୍ (ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ)
ବଲାଙ୍ଗୀର ଜିଲ୍ଲା ସଇଁତଲା ପୋଲିସ ଗତ ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି l ଏ ନେଇ ଥାନା କେଶ ନଂ 535/24 ରେ ଏକ ମାମଲା ରୁଜୁ କରି ପୋଲିସ 2 ଜଣ ଅଭିଯୁକ୍ତଙ୍କୁ ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଯାଇଛି l ଗିରଫ ଅଭିଯୁକ୍ତମାନେ ହେଲେ ଆୟୁଷ ସିଂ ( 27 ) ଓ ସଚିନ କୁମାର (24) ଉଭୟ ବେଲଗାଁ ବିଦେଶୀ ମଦ ଦୋକାନରେ କାର୍ଯ୍ୟ କରୁଥିବା ଜଣାଯାଇଛି l ପ୍ରକାଶ ଯେ , ଗତ ସନ୍ଧ୍ୟାରେ ସଇଁତଲା ପୋଲିସ ଆମ୍ବପାଲି ରାସ୍ତା ଦେଇ ପେଟ୍ରୋଲିଙ୍ଗ କାର୍ଯ୍ୟ ଚଲାଇ ଥିବାବେଳେ ଏକ ବାଇକରେ 2 ଯୁବକ ଆମ୍ବପାଲି ଆଡ଼କୁ ମଦ ଆଣୁଥିବା ସନ୍ଦେହ କରି ରାସ୍ତାରେ ଅଟକାଇ ଥିଲେ l ଯାହା ଫଳରେ ପ୍ରଚୁର ପରିମାଣରେ ବିଦେଶୀ ମଦ ଥିବା ଦେଖିବାକୁ ପାଇଥିଲେ l ଏଥିରେ 36 ଗୋଟି ବିୟର ରହିଥିବାବେଳେ ବାକି ଅନ୍ୟ 51 ଗୋଟି ବିଦେଶୀ ମଦ ବୋତଲ ରହିଥିଲା l ଉକ୍ତ ମଦ 43 ଲିଟର ମଦ ହୋଇଥିବା ବେଳେ ଏହାର ହାରାହାରି ମୂଲ୍ୟ 25 ହଜାରରୁ ଉର୍ଦ୍ଧ ବୋଲି ଆଇଆଇସି ସୁଶାନ୍ତ କୁମାର ବଢ଼େଇ ସୂଚନା ଦେଇଛନ୍ତି l ଉକ୍ତ ମାମଲାକୁ ଥାନା ଏଏସଆଇ ଥବିର ମହାରଣା ତଦନ୍ତ କରୁଥିବା ଜଣା ଯାଇଛି l ଏଠାରେ ପ୍ରକାଶ ଯେ, ବର୍ତମାନ ସଇଁତଲା ବ୍ଲକରେ ବେଧଡ଼କ ଦେଶୀ ବିଦେଶୀ ମଦ କାରବାର ଚାଲିଥିବାବେଳେ ଅବକାରୀ ବିଭାଗ ଜାଣିଶୁଣି ମଦ ମାଫିଆମାନଙ୍କୁ ଧରିବା ବଦଳେ ସାହାଯ୍ୟ କରୁଛି ବୋଲି ଅଭିଯୋଗ ହେଉଛି l ଏହି ବ୍ଲକ ଟିକ୍ରାପଡା, ବଡ଼ମାଳ, ବେଲଗାଁ, ଘୁନସର, ଆମ୍ବପାଲି, ସଇଁତଲା, କରମତଳା, କନ୍ଦକେଲଗାଁ ତଥା ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ପାନ ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ମଦ ବିକ୍ରି ଚାଲିଥିବା ଅଭିଯୋଗ ହେଉଛି l ଏ ଦିଗରେ କାହିଁକି ଅବକାରୀ ବିଭାଗ ନୀରବ ରହିଛି ବୋଲି ସ୍ଥାନୀୟ ବୃଦ୍ଧିଜିବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଏଣୁ ଜିଲ୍ଲା ଅବକାରୀ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଜଣ ସାଧାରଣ ତରଫରୁ ଦାବୀ ହେଉଛି l
What's Your Reaction?






