ଦଲାଲଙ୍କ କବଜାରେ ମହିଳା ଗୋଷ୍ଠୀ..... ଧାନମଣ୍ଡି ଆରମ୍ଭ ରୁ କଟନୀଛଟନୀ ଚାଷୀ ଅସନ୍ତୋଷ

ସଇଁତଲା : ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ)
ସରକାର ଚାଷୀମାନଙ୍କ ଅମଳ ଧାନକୁ ସଠିକ ମୂଲ୍ୟରେ ମଣ୍ଡିରେ ବିକ୍ରି କରିବା ପାଇଁ ପ୍ରୟାସ ଜାରୀ କରିଥିବାବେଳେ ତାହା ଫେଲ ମାରିଛି l ଏହି ସ୍ୱୟଂ ସହାୟକ ଦଳରେ କିଛି ଦଲାଲ ସକ୍ରିୟ ହୋଇଥିବା ଚାଷୀ ଅଣ ନିଶ୍ୱାସୀ ହୋଇପଡିଛନ୍ତି l ଏପରିକି ଧାନ କୁଣ୍ଟାଲ ପ୍ରତି 3100 ଟଙ୍କା ସରକାର ଦେବା ସହ କଟନୀ ଛଟନୀ ହେବ ନାହିଁ କି ଦଲାଲ ମୁକ୍ତ ହେବ ଓ ମଣ୍ଡିରୁ ଧାନ ସିଧାସଳଖ ରାଇସ ମିଲ କୁ ଯାଇ ଆକାଉଣ୍ଟ ଟଙ୍କା ଜମା ହେବ ବୋଲି ସରକାର ଡିମଡ଼ିମି ପିଟୁଛନ୍ତି l ଏହା ସହିତ ଚାଷୀମାନଙ୍କ ପାଇଁ ବସିବା ପାଇଁ ଛାଉଣୀ ବ୍ୟବସ୍ଥା , ପିଇବା ପାଣି ଓ ଶୌଚାଳୟ ଇତ୍ୟାଦି ମଣ୍ଡିରେ ରହିବା ନିୟମ ରହିଛି l କିନ୍ତୁ ମଣ୍ଡିରେ ଏହାର ବିପରୀତ ଦେଖିବାକୁ ମିଳିଛି l ପ୍ରକାଶ ଯେ, ଏହି ସଇଁତଲା ବ୍ଲକରେ 6 ଗୋଟି ସ୍ୱୟଂ ସହାୟକ ଦଳ ଦ୍ୱାରା ଧାନ କିଣା ପାଇଁ ମଣ୍ଡି ଖୋଲା ଯାଇଥିବା ବେଳେ ଶିଶକେଲା ପଲ୍ଲୀଶ୍ରୀ ସ୍ୱୟଂ ସହାୟକ ଦଳ ତରଫରୁ ଧାନ କିଣା ଆରମ୍ଭ କରିଥିବା ବେଳେ ଏଠାରେ କୋଣସି ସର୍ବନିମ୍ନ ଆନୁସଙ୍ଗିକ ବ୍ୟବସ୍ଥା ହୋଇ ନ ଥିବା ଦେଖାଦେଇଛି l ଏହି ମଣ୍ଡି ପାଇଁ ଶିଶକେଲା ଓ ଘଣ୍ଟବାହାଲି ଗ୍ରାମର 236 ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ 2 ଗୋଟି ରାଇସ ମିଲର ଧାନ ସଂଗ୍ରହ କରି ନେବା ପାଇଁ ନିଯୁକ୍ତି ହୋଇଛନ୍ତି l ଫଳରେ ଚାଷୀମାନଙ୍କ ପାଇଁ କୋଣସି ସୁବିଧା ନ ଥିବା ଅଭିଯୋଗ ହୋଇଛି l ଏପରିକି ଚାଷୀମାନେ ବସିବା ପାଇଁ ଉପଯୁକ୍ତ ସ୍ଥାନର ବ୍ୟବସ୍ଥା କିମ୍ବା ସ୍ଵଛ ପାନୀୟ ଜଳର ବ୍ୟବସ୍ଥା ହୋଇ ନ ଥିବା ବେଳେ ଚାଷୀମାନଙ୍କ ଧାନ ରଖିବା ପାଇଁ ଛାଉଣୀ ବ୍ୟବସ୍ଥା ସଠିକ ମାତ୍ରାରେ ହୋଇ ନ ଥିଵା ଚାଷୀ ମହଲରୁ ଅଭିଯୋଗ ହେଉଛି l ଅପର ପକ୍ଷରେ ମଣ୍ଡିରେ ଅଖା ବସ୍ତା ବ୍ୟବହାର କୁ ନେଇ ଚାଷୀମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଚାଷୀମାନେ ମହଲରେ ଅଭିଯୋଗ ହେଉଛି l ଉକ୍ତ ମଣ୍ଡିରେ ଦଲାଲ ସକ୍ରିୟ ହୋଇଥିବା ବେଳେ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏପରିକି ମଣ୍ଡିରେ ମହିଳାମାନଙ୍କ ଦ୍ୱାରା ଧାନ କିଣା କାର୍ଯ୍ୟ ଚାଲିଥିବା ବେଳେ ସେମାନେ ଅନୁପସ୍ଥିତ ଥିବା ଯୋଗୁଁ ବେଳେ ଜଣେ ମହିଳା ସଦସ୍ୟଙ୍କ ସ୍ୱାମୀ ମଣ୍ଡିଙ୍କୁ ତଦାରଖ କରୁଥିବା ଦେଖାଯାଇଛି l ଯାହା ଫଳରେ ମନମୁଖୀ କଟନୀ ଛଟନୀ ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି l ଏହି ମଣ୍ଡି ପାଇଁ ନୋଡାଲ ଅଫିସର ଓ ସୁପରଭାଇଜର ନିଯୁକ୍ତି ହୋଇଥିବା ତାଙ୍କର ଦେଖା ଦର୍ଶନ ମିଳୁନାହିଁ l ଫଳରେ ମଣ୍ଡି ପରିଚାଳକମାନଙ୍କ ଅନିୟମିତତା ବୃଦ୍ଧି ପାଉଛି l ଯାହା ସରକାରଙ୍କ ଘୋଷଣାକୁ ଉପହାସ କରିଛି l ଏ ନେଇ ଦାୟିତ୍ୱ ଥିବା ମହିଳା ସଦସ୍ୟଙ୍କ ସ୍ୱାମୀଙ୍କୁ ପଚାରିବାରୁ ମଣ୍ଡି ପରିଚାଳନାରେ ସାହାଯ୍ୟ କରି ଲାଗୁଛି ବୋଲି ପ୍ରକାଶ କରିଥିଲେ l ଟିଟିଲାଗଡ଼ ଏଆରସିଏସ ଏସ.କେ ମଲ୍ଲିକ ଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିବାରୁ ମୋବାଇଲ ସୁଇଜ ଅପ ରହିଥିଲା l ଏଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଚାଷୀମାନେ ଅସୁବିଧା ପଡିବେ ବୋଲି ଚାଷୀ ସଂଗଠନ ତରଫରୁ ଦାବୀ ହେଉଛି l
What's Your Reaction?






