କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଲୋକ ଙ୍କୁ ମିଳୁନି ପାଣି......… ବାଟବଣା ବସୁଧା ଯୋଜନା
କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ପ୍ରଦୀ ରଣା ଙ୍କ ରିପୋର୍ଟ)
ସରକାର ସମସ୍ତଙ୍କୁ ପିଇବାପାଣି ଯୋଗେଇବା ନିମନ୍ତେ ବିଭନ୍ନ ସ୍ଥାନରେ ବସୁଧା ଯୋଜନା ରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଥିଲେ ହେଁ, ଯୋଜନା ଗୁଡିକ ଠିକ ସମୟରେ ସମ୍ପୁର୍ଣ୍ଣ ହେଇ ପାରୁ ନ ଥିବାର ସାଧାରଣ ଲୋକ ଙ୍କ ପାଇଁ ବସୁଧା ଭଳି ଯୋଜନା ଅପହଞ୍ଚ ହୋଇ ପଡ଼ି ରହୁଛି। ଏଭଳି ପରିସ୍ଥିତି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ଦେଖିବାକୁ ମିଳିଛି।
ବ୍ଳକ ର ପୁଟୀଗା ଉତେଇ ନଦୀ ରୁ ସ. ମାଲପଡା ଗ୍ରାମ ପଞ୍ଚାୟତ ର ପୁଟୀଗା ଓ ରାଜପୁର ଗ୍ରାମପଞ୍ଚାୟତ ର ବାଞ୍ଜିପଦର ପାଇଁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୬ କୋଟି ୭୫ ଲକ୍ଷ ଟଙ୍କା ଅଟକଳ ରେ ଟେଣ୍ଡର ଜରିଆରେ ଜୈନକ ଠିକାଦାର ଙ୍କ ଦ୍ଵାରା ତିନିବର୍ଷ ତଳେ କାର୍ଯ୍ୟ ଆରମ୍ଭ ହୋଇ ଉଭୟ ଗାଁରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ କାର୍ଯ୍ୟ ହେଇ ପାରି ନ ଥିବାରୁ ପୁଟୀଗା, ରାଜପୁର, ବାଞ୍ଜିପଦର ଗ୍ରାମବାସୀ ଙ୍କ ପାଇଁ ବସୁଧା ଯୋଜନା ଅପହଞ୍ଚ ହୋଇ ରହିଛି। ଵିଶେଷ ଭାବେ ପୁଟିଗାଁ ରେ ଲୋକଙ୍କ ଘରକୁ ଘର ପାଇପ ସଂଯୋଗ ହେଇଥିଲେ ହେଁ ପାଣି ଆସୁ ନଥିବା ଗ୍ରାମର ମନୋଜ କୁମାର ସାହୁ ଅଭିଯୋଗ କରିଛନ୍ତି। ଉକ୍ତ ପ୍ରକଳ୍ପ ଟି ଜୁଲାଇ ୨୦୨୪ ରେ ସମ୍ପୁର୍ଣ୍ଣ ହେବା କୁ ନିୟମ ରହିଥିବା ବେଳେ ପ୍ରକଳ୍ପ ଟି ଧାର୍ଯ୍ୟ ସମୟରେ ସରିପାରୁ ନାହିଁ। ଏ ନେଇ କର୍ଲାମୁଣ୍ଡା ବ୍ଲକ ଦାୟିତ୍ୱ ରେ ଥିବା ନର୍ଲା ବ୍ଲକ ବିଭାଗୀୟ ଯନ୍ତ୍ରୀ ପ୍ରଭାତ କୁମାର ସେଠୀ ଙ୍କୁ ପଚାରିବାରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ରେ ବିଳମ୍ବ ହେଉଥିବା କୁ ସ୍ୱୀକାର କରିବା ସହ ଠିକାଦାର ଙ୍କ ବିଲ ପାଇବାରେ ବିଳମ୍ବ ହେତୁ ଏଭଳି ପରିସ୍ଥିତି ସୃଷ୍ଟି ହେଇଛି, ଏବେ କମ ଦିନ ଭିତରେ ପୁଟିଗାଁ ସମସ୍ୟା କୁ ସମାଧାନ କରାଯିବା ସହିତ ରାଜପୁର ପଂଚାୟତ ରେ ମଧ୍ୟ ବକେୟା ଥିବା କାର୍ଯ୍ୟ କୁ ଶୀଘ୍ର ସାରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି।
What's Your Reaction?