ଶୁଣିଲେନି ଜିଲ୍ଲାପାଳ, ପ୍ରତିବାଦରେ ପଞ୍ଚାୟତ ଅଫିସରେ ତାଲା ପକାଇ ଧାରଣାରେ ପଞ୍ଚାୟତବାସି

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବଦଳି ଦାବି ନେଇ ଆଜି ଗ୍ରାମବାସି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରି ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ସରପଞ୍ଚଙ୍କ ସହ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ କରିଥିବା ଅଭିଯୋଗ ଅନୁସାରେ, ପିଇଓ ପଙ୍କଜିନି ତାଣ୍ଡି ପଞ୍ଚାୟତକୁ ନିୟମିତ ଆସୁ ନ ଥିବା ବେଳେ ଭତ୍ତା କେବଳ ଦୁଇ ଦିନ ଦେଇ ଆଉ ଦେଉ ନାହାନ୍ତି । ହିତାଧିକାରୀ ମାନଙ୍କୁ ଟଙ୍କା ବଣ୍ଟନ ନ କରି ଅବଶିଷ୍ଟ ଭତ୍ତା ଟଙ୍କାକୁ ଏକାଉଣ୍ଟ୍ ରେ ଜମା କରିବା ପରିବର୍ତ୍ତେ ନିଜେ ହଡ଼ପ କରୁଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଚାଉଳ ବଣ୍ଟନର ହିସାବ ଦେଉ ନ ଥିବା ବେଳେ ଭତ୍ତା କ୍ୟାଶ ବହି ଦେଖାଉ ନ ଥିବା କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଫୋଟୋ ଉଠାଇବା ସହ କାଗଜପତ୍ର କରିବା ପାଇଁ ୨ ହଜାର ଟଙ୍କା ନେଉଥିବା ବେଳେ ହରିଶ୍ଚନ୍ଦ୍ର ଯୋଜନା, ପରିବାର ମଙ୍ଗଳ ଯୋଜନା ସହ ଅନ୍ୟାନ୍ୟ ସରକାରୀ ସହାୟତା ଲୋକେ ଠିକ୍ ସମୟରେ ପାଉ ନ ଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ତୁରନ୍ତ ପିଇଓଙ୍କୁ ଅନ୍ୟତ୍ର ବଦଳି କରିବାକୁ ସରପଞ୍ଚଙ୍କ ସମେତ ପଞ୍ଚୟତବାସି ଗତ ସୋମବାର କଣ୍ଟାମାଳ ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିବା ସହିତ ୭ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।ଆଜକୁ ୮ଦିନ ବିତି ଯାଇଥିଲେ ସୁଦ୍ଧା ଜିଲ୍ଲା ପ୍ରସାଶନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥୁବାରୁ ସୋମବାର ଦିନ ୧୦ଟାରେ ପଞ୍ଚାୟତବାସି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ତାଲା ପକାଇ ଧାରଣାରେ ବସିଛନ୍ତି । ପିଇଓଙ୍କ ବଦଳି ନେଇ ଅନେକ ଥର ଅଭିଯୋଗ କରିଥିଲେ ସୁଦ୍ଧା ଜିଲ୍ଲା ପ୍ରସାଶନ କୌଣସି ପଦକ୍ଷେପ ନ ନେବାରୁ ଏହାର ପ୍ରତିବାଦରେ ପଞ୍ଚାୟତବାସି ଏହି ଧାରଣାରେ ବସିଥିବା କହିଛନ୍ତି । ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଗ୍ରାମବାସି କହିଛନ୍ତି ।
What's Your Reaction?






